Home Coronavirus Outbreak ସାମୁଦ୍ରିକ ଝଡ଼ ତୌକାତେ: ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତିରେ NDRF : ଭୁବନେଶ୍ୱରରୁ...

ସାମୁଦ୍ରିକ ଝଡ଼ ତୌକାତେ: ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତିରେ NDRF : ଭୁବନେଶ୍ୱରରୁ ଗୁଜରାଟ ଯାତ୍ରା କଲା NDRF ଟିମ୍‌

146

ଭୁବନେଶ୍ୱର ମଇ ୧୫ (ଓଡ଼ିଆ ପୁଅ): ଭୁବନେଶ୍ୱରରୁ ଏନଡିଆରଏଫର ଟିମ୍ ଶନିବାର ଦିନ ଭୁବନେଶ୍ୱର ବିମାନବନ୍ଦରରୁ ଗୁଜରାଟ ଅଭିମୁଖେ ଯାତ୍ରା କରିଛନ୍ତି। ଭାରତ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବ ସୂଚନା ଅନୁଯାୟୀ, ସାମୁଦ୍ରିକ ଝଡ଼ ମଇ ୧୮ ତାରିଖ ସକାଳ ସୁଦ୍ଧା ଗୁଜୁରାଟ ଉପକୂଳରେ ପହଞ୍ଚିବ।

ଏଥିପାଇଁ NDRF ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି ବୋଲି NDRF ଅଧିକାରୀମାନେ ଶୁକ୍ରବାର ଦିନ ଆଶ୍ୱାସନା ଦେଇଥିଲେ।
କେରଳ, ତାମିଲନାଡୁ, କର୍ଣ୍ଣାଟକ, ଗୁଜୁରାଟ ଏବଂ ମହାରାଷ୍ଟ୍ର ପାଇଁ ଏନଡିଆରଏଫର ମହାନିର୍ଦ୍ଦେଶକ ସତ୍ୟ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ “ସାଇକ୍ଲୋନ ତୌକାତେ ପାଇଁ ୫୩ ଟି ଏନଡିଆରଏଫ ଟିମ୍‌ ପ୍ରସ୍ତୁତ ଅଛନ୍ତି, ୨୪ ଟି ଟିମ୍‌ ପୂର୍ବ ରୁ ନିୟୋଜିତ ଥିବା ବେଳେ, ୫ ଟି ରାଜ୍ୟ ପାଇଁ ୨୯ ଟି ଟିମ୍‌ ଷ୍ଟାଣ୍ଡବାଇ ପାଇଁ ପ୍ରସ୍ତୁତ ଅଛନ୍ତି।”

https://twitter.com/satyaprad1/status/1393073994786476038

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.