Home ଓଡ଼ିଶା ୫ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି – ୪୯.୯୩ ଲକ୍ଷ କେନ୍ଦ୍ର...

୫ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି – ୪୯.୯୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୫.୨୬ ଲକ୍ଷ ପେନସନ ଧାରୀ ହେବେ ଉପକୃତ

590

ନୂଆ ଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଆଜି କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଭୋଗୀମାନଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତା ଓ ସହାୟତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଜୁଲାଇ ୧ ତାରିଖଠାରୁ ଏହା ପିଛିଲା ଭାବେ ଲାଗୁ ହେବ। ଦର ବୃଦ୍ଧିକୁ ଭରଣା କରିବା ପାଇଁ ମୂଳ ଦରମା ଓ ଭତା ଉପରେ ବର୍ତମାନର ପ୍ରଚଳିତ ୧୨ ପ୍ରତିଶତ ମହଙ୍ଗା ଭତାକୁ ୫ ପ୍ରତିଶତ ବୃଦ୍ଧି କରାଯିବ। ସପ୍ତମ ବେତନ କମିଶନର ସୁପାରିଶ ଆଧାରରେ ସ୍ଥିର କରାଯାଇଥିବା ସୂତ୍ର ଅନୁଯାୟୀ ଏହି ମହଙ୍ଗା ଭତା ବୃଦ୍ଧି ଲାଗୁ କରାଯାଇଛି।

ଏହି ମହଙ୍ଗା ଭତା ଓ ସହାୟତା ରାଶି ଲାଗୁ କରାଯିବା ଦ୍ୱାରା ରାଜକୋଷ ଉପରେ ୨୦୧୯-୨୦ ଆର୍ଥିକ ବର୍ଷରେ (ଜୁଲାଇ ୨୦୧୯ରୁ ଫେବୃଆରୀ ୨୦୨୦, ୮ ମାସ ପର୍ଯ୍ୟନ୍ତ) ୧୫୯୦୯.୩୫ ଏବଂ ୧୦୬୦୬.୨୦ କୋଟି ଟଙ୍କାର ବୋଝ ପଡିବ। ଏହା ଲାଗୁ ହେବା ପରେ ପ୍ରାୟ ୪୯.୯୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୫.୨୬ ଲକ୍ଷ ପେନସନ ଧାରୀ ଉପକୃତ ହେବେ।

ଦର ବୃଦ୍ଧି ଅନୁଯାୟୀ ସରକାରୀ କର୍ମଚାରୀ ଓ ପେନସନ ଧାରୀଙ୍କ ପାଇଁ ମହଙ୍ଗା ଭତା ଓ ସହାୟତା ରାଶି ପ୍ରଦାନ କରାଯାଇଥାଏ। ପ୍ରତି ବର୍ଷ ଜାନୁଆରୀ ୧ ଏବଂ ଜୁଲାଇ ୧ରେ ମହଙ୍ଗା ଭତା ଓ ସହାୟତା ରାଶିକୁ ପୁନଃ ନିର୍ଦ୍ଧାରିତ କରାଯାଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.