Home ଓଡ଼ିଶା ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ସମେତ ଓଡ଼ିଶାର ୪୬ଟି ପୀଠ

ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ସମେତ ଓଡ଼ିଶାର ୪୬ଟି ପୀଠ

268

ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ଆସନ୍ତାକାଲି ଠାରୁ ଖୋଲିବ ଉପାସନା ପୀଠ ମାନ୍ୟତାପ୍ରାପ୍ତ ୮୨୦ଟି କିର୍ତ୍ତୀରାଜି : ଶ୍ରୀ ପ୍ରହ୍ଲାଦ ସିଂ ପଟେଲଏସବୁ କିର୍ତ୍ତୀରାଜି କେନ୍ଦ୍ର ସରକାରଙ୍କ ଦ୍ୱାରା ଏଏସଆଇ ଅଧୀନରେ ସଂରକ୍ଷିତଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସମସ୍ତ ନିୟମ ପାଳନ କରାଯିବ

ଆସନ୍ତାକାଲି ଅର୍ଥାତ ଜୁନ ୮, ୨୦୨୦ ପରଠାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧୀନରେ ସଂରକ୍ଷିତ ୮୨୦ଟି ଐତିହାସିକ କିର୍ତ୍ତୀରାଜି ଖୋଲିବ। ଏସବୁ କିର୍ତ୍ତୀରାଜି ଉପାସନା ପୀଠ ଭାବେ ମାନ୍ୟତା ଲାଭ କରିଛି। ତେବେ ଏସବୁ ସ୍ଥାନରେ କେନ୍ଦ୍ର ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମକୁ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରହ୍ଲାଦ ସିଂ ପଟେଲ।

ଏହି ୮୨୦ଟି ଉପାସନା ପୀଠ ତଥା ଐତିହାସିକ କିର୍ତ୍ତୀରାଜି ମଧ୍ୟରେ ଓଡ଼ିଶାରେ ଥିବା ଏଏସଆଇ ଅଧୀନ ୪୬ଟି କିର୍ତ୍ତୀରାଜି ଖୋଳିବା ପାଇଁ ମଧ୍ୟ ଅନୁମତି ମିଳିଛି। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ରାଜଧାନୀ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର, ଅନନ୍ତ ବାସୁଦେବ ମନ୍ଦିର ଓ ଅନ୍ୟ ପ୍ରାଚୀନ ଶୈବପୀଠ, ଭୁବନେଶ୍ୱର ଉପକଣ୍ଠ ହୀରାପୁରସ୍ଥିତ ୬୪ ଯୋଗିନୀ ପୀଠ, ଢେଙ୍କାନାଳର ପ୍ରସିଦ୍ଧ ଶ୍ରୀ କପିଳାସ ପୀଠ ଆଦି ଉପସନାସ୍ଥଳୀ।

ତେବେ ଏସବୁ ସଂରକ୍ଷିତ କିର୍ତ୍ତୀରାଜି ଖୋଲାଯିବା ସମୟରେ ୪.୬.୨୦୨୦ରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ମାନକ ପରିଚାଳନା ପଦ୍ଧତି (ଏସଓପି)କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସମସ୍ତ ଆବଶ୍ୟକ ସତର୍କତା ପଦକ୍ଷେପର କାର୍ଯ୍ୟାନ୍ୱୟନ ଏଏସଆଇ ପକ୍ଷରୁ ସୁନିଶ୍ଚିତ କରାଯିବ। ଆହୁରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଅନ୍ୟ ସମସ୍ତ ଦିଶାନିର୍ଦ୍ଦେଶ ପାଳନ ଏଏସଆଇ ଦ୍ୱାରା ସୁନିଶ୍ଚିତ କରାଯିବ।

୮.୬.୨୦୨୦ରେ ଖୋଲିବାକୁ ଥିବା ଏହି ୮୨୦ଟି ଉପାସନା ସ୍ଥଳୀ ତଥା କିର୍ତ୍ତୀରାଜିର ତାଲିକା ସମ୍ପୃକ୍ତ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦେବା ନିମନ୍ତେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଏସଆଇକୁ ଅନୁରୋଧ କରାଯାଇଛି। ଯାହାଫଳରେ କୋଭିଡ-୧୯ ସଂକ୍ରମଣ ପ୍ରତିହତ ଓ ନିରାକରଣ ଲାଗି ସମସ୍ତ ପଦକ୍ଷେପ ସେମାନେ କାର୍ଯ୍ୟକାରୀ କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.