Home ଓଡ଼ିଶା ଉରଣର ONGC ପ୍ଲାଣ୍ଟରେ ଭୀଷଣ ନିଆଁ ଲାଗିଛି- ୭ ମୃତ : ପ୍ଲାଣ୍ଟରୁ ଦୁଇ କିମି...

ଉରଣର ONGC ପ୍ଲାଣ୍ଟରେ ଭୀଷଣ ନିଆଁ ଲାଗିଛି- ୭ ମୃତ : ପ୍ଲାଣ୍ଟରୁ ଦୁଇ କିମି ପରିଧି ଭିତରେ ଲୋକଙ୍କୁ ଖାଲି କରାଗଲା

634

ମୁମ୍ବାଇ ୩-୯ (ଓଡ଼ିଆ ପୁଅ) ନବୀ ମୁମ୍ବାଇର ଉରଣ ସ୍ଥିତ ଅୟେଲ୍ ଆଣ୍ଡ ନ୍ୟାଚୁରାଲ୍ ଗ୍ୟାସ୍ କର୍ପୋରେସନ (ONGC) ର ଗ୍ୟାସ୍ ପ୍ଲାଣ୍ଟରେ ମଙ୍ଗଳବାର ସକାଳେ ଭୀଷଣ ନିଆଁ ଲିଗିଛି। ନିଆଁରେ ଅତି କମରେ ସାତଜଣ ଲୋକଙ୍କର ମୃତ୍ୟୁ ହୋଇଗଲାଣି ଏବଂ ଅନେକ ଲୋକ ଫସି ରହିଥିବା କୁହାଯାଉଛି। ପ୍ରାଥମିକ ସ୍ତରରେ ମୃତକ ଚାରିଜଣ ଲୋକମାନଙ୍କର ମଧ୍ୟରେ ତିନି ଜଣ ସେଣ୍ଟ୍ରାଲ ଇଂଡଷ୍ଟ୍ରିଆଲ ସିକ୍ୟୋରିଟୀ ଫୋର୍ସ (CISF) ର ଜବାନ ଅଟନ୍ତି। ଏମାନେ ସମସ୍ତେ ଓଏନଜିସିର ଫାୟାର ସର୍ଭିସରେ ନିଯୁକ୍ତ ଥିଲେ। ସୂତ୍ରରୁ ମୁତାବିକ, ସବୁଠାରୁ ପ୍ରଥମେ ଡ୍ରେନେଜ ସ୍ଟ୍ରର୍ମରେ ଲୀକ ହୋଇଥିଲା। ଏହାର ସୂଚନା ପାଇକରି ସିଆଈଏସଏଫର ଟିମ ଘଟଣାସ୍ଥଳରେ ପହଁଚିଥିଲା। ସେତେବେଳେ ଏକ ବିଷ୍ପୋରଣ ହେଲା ଏବଂ ତିନି ଜଣ ଜବାନଙ୍କର ମୃତ୍ୟୁ ହୋଇଗଲା। ନିଆଁର ସୂଚନା ମିଳିବା କ୍ଷଣି ଓଏନଜିସିର ଦମକଳ ବିଭାଗର ଗାଡ଼ି ଘଟଣାସ୍ଥଳରେ ପହଁଚିଛି ଏବଂ ନିଆଁ ଉପରେ କାବୁ ପାଇବାପାଇଁ ଚେଷ୍ଟା କରୁଛି। ମିଳିଥିବା ସୂଚନା ମୁତାବକ, ଓଏନଜିସି ପ୍ରଶାସନ ଏବଂ ମୁମ୍ବାଇ ପୁଲିସ ପ୍ଲାଣ୍ଟର ଆଖପାଖର ଦୁଇ କିଲୋମିଟର ପରିଧି ଭିତରେ ଯାଗାକୁ ଖାଲି କରିନେଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗ୍ୟାସ୍ କୁ ହଜୀରା ପ୍ଲାଣ୍ଟକୁ କରାଯାଇଛି ଡାଇଭର୍ଟ

ପବ୍ଲିକ ସେକ୍ଟର କମ୍ପାନୀ ଓଏନଜିସି ବଜ୍ଞପ୍ତି ଜାରୀ କରି କହିଛି, ‘ମଙ୍ଗଳବାର ସକାଳେ ଓଏନଜିସିର ଉରଣ ସ୍ଥିତ ଅୟେଲ୍ ପ୍ରୋସେସିଙ୍ଗ ଏବଂ ଗ୍ୟାସ୍ ପ୍ରୋସେସିଙ୍ଗ ପ୍ଲାଣ୍ଟର ସ୍ଟ୍ରର୍ମ ବଟର ଡ୍ରେନେଜରେ ନିଆଁ ଲାଗିଛି। ଓଏନଜିସି ଫାୟାର ସର୍ଭିସ ଆଣ୍ଡ କ୍ରାଇସିସ ମ୍ୟାନେଜମେଣ୍ଟର ଟିମ ଘଟଣାସ୍ଥଳରେ ପହଁଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ କରୁଛନ୍ତି। ଅୟେଲ୍ ପ୍ରୋସେସିଙ୍ଗ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ଗ୍ୟାସ୍ କୁ ହଜୀରା ପ୍ଲାଣ୍ଟକୁ ଡାଇଭର୍ଟ କରି ଦିଆଯାଇଛି।’

ସକାଳ ପ୍ରାୟତଃ ସାତଟା ବେଳେ ଲାଗିଥିଲା ନିଆଁ

ମିଡ଼ିଆ ରିପୋର୍ଟ୍ସର ମୁତାବକ, ଓଏନଜିସି ପ୍ଲାଣ୍ଟରେ ମଙ୍ଗଳବାର ସକାଳେ ସାତ ବେଳେ ନିଆଁ ଲାଗିଥିଲା। ନିଆଁ ଏତେ ଭୀଷଣ ଥିଲା କି ଦେଖୁ ଦେଖୁ ସମ୍ପୂର୍ଣ୍ଣ ଅଞ୍ଚଳ ଧୁଆଁରେ ଭରିଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.