Home ଜିଲ୍ଲା ପରିକ୍ରମା
13
filter: 0; fileterIntensity: 0.0; filterMask: 0; module: h; hw-remosaic: 0; touch: (-1.0, -1.0); modeInfo: ; sceneMode: Night; cct_value: 0; AI_Scene: (-1, -1); aec_lux: 263.99118; hist255: 0.0; hist252~255: 0.0; hist0~15: 0.0;

ସିପିଆଇ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) – ଭଦ୍ରକ ଜିଲା ତିହିଡ଼ି ଜୋନାଲ କମିଟି ପକ୍ଷରୁ ଜନଗଣଙ୍କ ଜୀବନ ଓ ଜୀବିକା ଉପରେ ରାଜ୍ୟ ବ୍ୟାପି ଆନ୍ଦୋଳନ ହେବା ନେଇ ଏକ ଦାବିପତ୍ର ସୋମବାର ବିଡିଓ ନିରଂଜନ ବାରିକଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଅବହେଳା କରିଛି। ଡବଲ ଇଂଜିନ ସରକାର ଆସିଲେ ପ୍ରତି ପଂଚାୟତରେ ୧୦୦ ଯୁବକ ଯୁବତୀଙ୍କୁ ଚାକିରୀ ଦେବା, ପ୍ରତ୍ୟେକ ପରିବାରକୁ ମାସିକ ୩୦୦ୟୁନିଟ୍ ଶୁଳ୍କ ଛାଡ଼ କରିବା, ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ମାସିକ ୧୦୦୦ଟଙ୍କା ଭତା ଦେଇ ସଶକ୍ତୀକରଣ କରାଇବା, ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଶୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କା ପ୍ରଦାନ କରିବା, ବାର୍ଦ୍ଧକ୍ୟ ଓ ବିଧବା ମାନଙ୍କୁ ୩ହଜାର ଟଙ୍କା ପ୍ରଦାନ କରିବା, ସମସ୍ତଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଇତ୍ୟାଦି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ପୂରଣ କରାଯାଇ ନାହିଁ। ଏହିସବୁ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତିହିଡ଼ି ଜୋନ ପକ୍ଷରୁ ଆନ୍ଦୋଳନ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ଦେବା ସମୟରେ ଜୋନ ସମ୍ପାଦକ ସନ୍ଥ ଚରଣ ବିଶ୍ୱାଳ, ନାରାୟଣ ଚନ୍ଦ୍ର ତ୍ରିପାଠୀ, ରବିନ୍ଦ୍ର ବାରିକ, ସୁରେନ୍ଦ୍ର ବେହେରା, ଶ୍ରୀକାନ୍ତ କୁମାର ସେଠୀ, ସୁଶାନ୍ତ ମାଝୀ, ସୁରେନ୍ଦ୍ର ରାଉତ, ସୁରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.