Home କେନ୍ଦୁଝର କେନ୍ଦୁଝର ବଞ୍ଚାଅମଞ୍ଚର ନିର୍ଦ୍ଦେଶିକା ଯମୁନା ବେହେରାଙ୍କ ପରଲୋକ

କେନ୍ଦୁଝର ବଞ୍ଚାଅମଞ୍ଚର ନିର୍ଦ୍ଦେଶିକା ଯମୁନା ବେହେରାଙ୍କ ପରଲୋକ

31

ହାଟଡିହି,୬/୧୧ : (ଓଡିଅପୁଅ / ବିକାଶବିଶ୍ୱାଳ) ବିଶିଷ୍ଟ ସମାଜସେବୀ ତଥା କେନ୍ଦୁଝର ବଞ୍ଚାଅ ମଞ୍ଚର ନିର୍ଦ୍ଦେଶିକା ଶ୍ରୀମତୀ ଯମୁନା ବେହେରାଙ୍କର ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ ଓ ଅଧ୍ୟାତ୍ମିକବାଦୀ ମହିଳାଭାବେ ମଧ୍ୟ ପରିଚିତ ଥିଲେ । ସେ ସମାଜସେବା କ୍ଷେତ୍ରରେ କେନ୍ଦୁଝର ବଞ୍ଚାଅ ମଞ୍ଚ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରିବାସହ ଗ୍ରୀନ ଓଡିଶା ସଂଗଠନ ପ୍ରତିଷ୍ଠା କରିବା କ୍ଷେତ୍ରରେ ପ୍ରେରଣାଦାତା ଭାବେ କାର୍ଯ୍ୟକରିଆସୁ ଥିଲେ । ୧୯୯୭ ମସିହାରେ ପଢ଼ିଆରିପଲ୍ଲୀ ପଞ୍ଚାୟତର ପଞ୍ଚାୟତ ସମିତିସଭ୍ୟା ଭାବେ ବିପୁଳ ଭୋଟରେ ବିଜୟୀ ହୋଇ ପଞ୍ଚାୟତର ପ୍ରଥମ ମହିଳା ନେତ୍ରୀ ଭାବେ ବ୍ଲକରେ ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ପରଲୋକରେ ସମଗ୍ର ପଢ଼ିଅ୍ରାରିପଲ୍ଲୀ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ପୁତ୍ର ଶିକ୍ଷକ ତଥା ସାମଜସେବୀ ବିଶ୍ୱରଞ୍ଜନ ବେହେରା, ବୋହୁ ପ୍ରତିଭା ମଞ୍ଜରୀ ବେହେରା, ନାତି ଶିକ୍ଷକ ସଂଘର ସମ୍ପାଦକ ଜିତେନ୍ଦ୍ର ବେହେରା, ନାତୁଣୀବୋହୁ ଭାଗ୍ୟଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.