ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) : ରାଜ୍ୟରେ ଆଜି ଏବଂ ଆସନ୍ତା କାଲି ବ୍ୟାଙ୍କ ଛୁଟି। ଇଦ୍-ମିଲାଦ୍ ବଂ ଗଜଲକ୍ଷ୍ମୀ ପୂଜା ପାଇଁ ଆଜି ଏବଂ ଆସନ୍ତା କାଲି ଦୁଇ ଦିନ ବ୍ୟାଙ୍କ ଛୁଟି ରହିବ।
ଏ ନେଇ ସୋମବାର ଦିନ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାରେ ଅକ୍ଟୋବର ୧୯ (ମଙ୍ଗଳବାର) ଓ ୨୦ (ବୁଧବାର) ବ୍ୟାଙ୍କ ଓ ବ୍ୟାଙ୍କ ସେବା ପ୍ରଦାନ କରୁଥିବା ଆର୍ଥିକ ସଂସ୍ଥାଗୁଡ଼ିକ ବନ୍ଦ ରହିବ।