Home ଓଡ଼ିଶା ଆଜିଠାରୁ ଓଡିଶାରୁ ତିନୋଟି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ – ଜାଣନ୍ତୁ କେଉଁଠୁ କେତେବେଳେ...

ଆଜିଠାରୁ ଓଡିଶାରୁ ତିନୋଟି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ – ଜାଣନ୍ତୁ କେଉଁଠୁ କେତେବେଳେ ଛାଡ଼ିବ ?

144

ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) : ଭାରତୀୟ ରେଳବାଇ ଆଜିଠାରୁ ଓଡିଶାରୁ ତିନୋଟି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ଅନୁମତି ପ୍ରଦାନ କରିଛି। ଖବର ଅନୁଯାୟୀ, ଏହି ଟ୍ରେନଗୁଡିକ ଖୋର୍ଦ୍ଧା ରୋଡରୁ ଗୁଜୁରାଟ ଅଭିମୁଖେ ଯାତ୍ରା କରିବେ। ବିଶେଷ କରି ଏହି ଟ୍ରେନ ଗୁଡ଼ିକ ଗଞ୍ଜାମର ବ୍ରହ୍ମପୁର ଷ୍ଟେସନରେ ରହିବେ ସେଠାରୁ ଅଧିକାଂଶ ପ୍ରବାସୀ ଶ୍ରମିକ ସୁରତ ଯିବାର ଆଂଶଙ୍କା କରାଯାଉଛି।

ବ୍ରହ୍ମପୁର ଷ୍ଟେସନକୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ସମ୍ପୂର୍ଣ୍ଣ ପରିମଳ କରାଯାଇଛି।
– ଖୋର୍ଦ୍ଧା ରୋଡ ଷ୍ଟେସନରୁ ପୁରୀ-ଅହମ୍ମଦାବାଦ, ପୁରୀ-ଓଖା ଏବଂ ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ଚଳାଚଳ କରିବ।
– ଭୁବନେଶ୍ୱର-ଦୁର୍ଗ, ଭୁନେଶ୍ୱର- ଅହମ୍ମଦାବାଦ ଏବଂ ୱାଇଜାକ୍-କୋରବା ଟ୍ରେନ୍ ଭୁବନେଶ୍ୱରରୁ ଚଳାଚଳ କରିବ।
– ସେହିଭଳି ୦୨୮୪୩/୦୪ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ସପ୍ତାହରେ ଚାରି ଦିନ ଚାଲିବ
– ୦୨୦୭୩/୭୪ ପୁରୀ-ଗାନ୍ଧୀଦାମ ଏକ୍ସପ୍ରେସ
-୦୮୪୦୧/୦୨ ପୁରୀ-ଓଖା ଏକ୍ସପ୍ରେସ ସପ୍ତାହରେ ଥରେ ଚାଲିବ।

ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ ଷ୍ଟେସନରୁ ପ୍ରତି ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ଶନିବାର ଦିନ ୬.୪୦ ରେ ଆରମ୍ଭ ହେବ।

ଅନ୍ୟପକ୍ଷରେ ଭୁବନେଶ୍ୱର-ଦୁର୍ଗର ସ୍ୱତନ୍ତ୍ର ଟ୍ରେନ୍ ଆଜି ସନ୍ଧ୍ୟା ୭.୫୫ ରେ ଭୁବନେଶ୍ୱରରୁ ଯାତ୍ରା କରିବ।

ବିଶାଖାପାଟନମ୍-କୋରବା- ଭାୟା ରାୟଗଡ ସ୍ୱତନ୍ତ୍ର ଟ୍ରେନ୍ ବିଶାଖାପାଟନମ୍ ରୁ ଆଜି ରାତି ୮.୦୫ ରେ ଛାଡିବ।
ଅପର ପକ୍ଷରେ ସୂଚନାଯୋଗ୍ୟଯେ,
ତିରୁଚିରାପ୍ପାଲ୍ଲୀ-ହାୱଡ଼ା -ତିରୁଚିଚିରାପାଲ୍ଲୀ ଏକ୍ସପ୍ରେସ ତିରୁଚିରାପାଲ୍ଲୀରୁ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଅପରାହ୍ନ ୪.୨୦ ରେ ଏବଂ ହାୱଡ଼ାରୁ ପ୍ରତ୍ୟେକ ଗୁରୁବାର ଏବଂ ରବିବାର ୧୭ ସେପ୍ଟେମ୍ବରରୁ ରବିବାର ୪.୧୦ ରୁ ଛାଡିବ।

ଗୌହାଟି-ବାଙ୍ଗାଲୋର କ୍ୟାଣ୍ଟନମେଣ୍ଟ ୧୩ ସେପ୍ଟେମ୍ବରରୁ ପ୍ରତ୍ୟେକ ରବିବାର, ସୋମବାର ଏବଂ ମଙ୍ଗଳବାର ସକାଳ ୬.୨୦ ରେ ଗୌହାଟିରୁ ଛାଡିବ ଏବଂ ସେପ୍ଟେମ୍ବର ୧୬ ରୁ ପ୍ରତ୍ୟେକ ବୁଧବାର, ଗୁରୁବାର ଏବଂ ଶୁକ୍ରବାର ଦିନ ୧୧.୪୦ ରେ ବାଙ୍ଗାଲୋର କ୍ୟାଣ୍ଟନମେଣ୍ଟରୁ ଛାଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.