ଭୁବନେଶ୍ୱର ୧୨-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୩ ମୁଣ୍ଡ। ଗଞ୍ଜାମରୁ (୩ଜଣ) କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି।
କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୬୪ କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଅନ୍ୟ କାରଣରୁ ଖୋର୍ଦ୍ଧାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି।
ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତିନିଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି
୧- ଗଞ୍ଜାମ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।
୨- ଗଞ୍ଜାମ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ।
୩- ଗଞ୍ଜାମ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।