Home ଅପରାଧ ମା’ ଲେଉଟାଇଲା କଡ଼; ଦବି ମରିଗଲା ୩ ମାସର ଶିଶୁ !

ମା’ ଲେଉଟାଇଲା କଡ଼; ଦବି ମରିଗଲା ୩ ମାସର ଶିଶୁ !

838

ନୂଆଦିଲ୍ଲୀ: ଜଣେ ମା’ ତାର ଶିଶୁକୁ ସ୍ତନ୍ୟପାନ କରାଉଥିଲେ।ଏ’ ଭିତରେ ନିଦ ଆସିଯାଇଛି ମା’ କୁ।ଏବଂ ଅଜାଣତରେ କଡ଼ ଲେଉଟାଇବା ଭିତରେ ଦବି ଯାଇ ୩ ମାସର ଶିଶୁର ମୃତ୍ୟୁ ଘଟିଛି।ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଆଗ୍ରା ଅନ୍ତର୍ଗତ ମାଲୌନି ଗ୍ରାମରେ।ଘଟଣା ଘଟିବା ପରେ ମା’ ଜଣଙ୍କ ସତେ ଯେପରି ଜଡ଼ ହୋଇ ଯାଇଛନ୍ତି।ମାଲୌନି ଗ୍ରାମର ଭାରତ ସିଂହ ନାମକ ଜଣେ ବ୍ୟକ୍ତିଙ୍କର ପତ୍ନୀ ସରିତାଙ୍କ ସହ ଏପରି ଘଟଣା ଘଟିଛି।ସରିତାଙ୍କୁ ନିଦ ହୋଇଯିବା ପରେ ସେ କଡ଼ ଲେଉଟାଇଛନ୍ତି।ଏବଂ ଏଥିରେ ଦବି ରହି ଶିଶୁଟିର ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଇ ତାର ମୃତ୍ୟୁ ଘଟିଛି।ସରିତାଙ୍କ ନିଦ ଭାଙ୍ଗିବା ପରେ ଦେଖିଲେ ଶିଶୁଟି ନିଶ୍ଚଳ ହୋଇ ପଡ଼ିଛି।ଘଟଣା ସଂପର୍କରେ ସରିତା ପରିବାର ଲୋକଙ୍କୁ ଜଣାଇବା ପରେ ଶିଶୁଟିକୁ ଡାକ୍ତରଖାନା ନିଆଯାଇଥିଲା।କିନ୍ତୁ ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.