Home Coronavirus Outbreak ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ପଠାଗଲା –...

ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ପଠାଗଲା – ଜିଲ୍ଲାପାଳ

464

ଯାଜପୁର ୨୧-୪ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଥିବା ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା ୫ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍‌ପିଟାଲକୁ ଯାଇଥିଲେ ଏବଂ ସେମାନେ ଏହି ଡାକ୍ତର ଓ ନର୍ସମାନଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ଜଣାପଡ଼ିବା ପରେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଡାକ୍ତର ଓ ନର୍ସଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଡାକ୍ତର ଏବଂ ନର୍ସମାନଙ୍କର ସମସ୍ତଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.