Home କେନ୍ଦୁଝର ମଥୁରାପୁର ବୈତରଣୀ ପୋଲ ରାସ୍ତା ନିର୍ମାଣ ହେବ କେବେ ?

ମଥୁରାପୁର ବୈତରଣୀ ପୋଲ ରାସ୍ତା ନିର୍ମାଣ ହେବ କେବେ ?

74

ହାଟଡିହି, ୫ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ) ମଥୁରାପୁର ବୈତରଣୀ ପୋଲ ମୁଣ୍ଡ ରାସ୍ତାଟି ବିପର୍ଯ୍ୟସ୍ଥ ହୋଇପଡିଥିବା ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବାପରେ ବିଭାଗୀୟ ଅଧିକାରୀ ମାନେ ତତ୍ପର ହୋଇଉଠିଥିଲେ । ବିଭାଗୀୟ ସଚିବ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଟୁଇଟ କରି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୋଲ ମୁଣ୍ଡଠାରୁ ଡିମିରିଆ ପଟକୁ କିଛିଦୁର ପର୍ଯ୍ୟନ୍ତ ଯାଜପୁର ଆର.ଡି ବିଭାଗ ଅଧିନରେ ଥିବାରୁ ଯାଜପୁର ଆର.ଡି ବିଭାଗ ଏହି ରାସ୍ତାକୁ ମରାମତି କରିବା ସହ ଗତ ୭ଦିନ ତଳେ ପିଚୁକାମ ସାରି ଦେଇଛି । କିନ୍ତୁ ପୋଲର ୨୦/୩୦ମିଟର ତଳକୁ କେନ୍ଦୁଝର ଆର.ଡି ବିଭାଗ ଅଧିନରେ ଯାଉଥିବାବେଳେ ଏହି ରାସ୍ତାକୁ ଆଜି ପର୍ଯ୍ୟନ୍ତ ମରାମତି କରାଯାଉନି । ଫଳରେ ବିରାଟ ବିରାଟ ଖାଲଖମା ମାନ ସୃଷ୍ଟି ହୋଇଥିବାବେଳେ ଏକ ପୋଲର ଛାତ ଦବିଯାଇ ବିପଦ ସୃଷ୍ଟ ି କରିଛି । ଏହି ରାସ୍ତା ମଥୁରାପୁର ପୋଲ ମାଧ୍ୟମ ଦେଇ କେନ୍ଦୁଝର ଓ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବାରୁ ଦୈନିକ ହଜାର ହଜାର ଲୋକ ଉଭୟ ଜିଲ୍ଲାକୁ ଗତାଗତ କରିଥାନ୍ତି । ଏପରିକି ହାଟଡିହି ବ୍ଲକର ଲୋକମାନଙ୍କର ଏହି ରାସ୍ତା ଦେଇ ଭୁବନେଶ୍ୱର ଓ କଟକକୁ ଯିବା ଆସିବା କରିବା ସହଜ ହୋଇଥାଏ । କିନ୍ତୁ ପୋଲ ମୁଣ୍ଡ ରାସ୍ତାର ଅବସ୍ଥା ଶୋଚନୀୟ ସ୍ଥାନୀୟ ହୋଇ ପଡିଥିବାରୁ ଯିବା ଆସିବା କରିବା କଷ୍ଟକର ହୋଇ ପଡୁଛି । ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଏନେଇ ଦାବି ହୋଇ ଆସୁଥିଲେ ମଧ୍ୟ କେନ୍ଦୁଝର ଆର.ଡି ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ରାସ୍ତାଟିରେ ଯାତାୟତ କରିବା ବିପଦ ଶଙ୍କୁଳ ହୋଇପଡିଛି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ରାସ୍ତା ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.