Home ଅନୁଗୁଳ ପାଲଲହଡ଼ାର ବିଧାୟକ କରୋନା ପଜିଟିଭ

ପାଲଲହଡ଼ାର ବିଧାୟକ କରୋନା ପଜିଟିଭ

96

ପାଳଲହଡ଼ା,୨0/୯(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଲଲହଡ଼ାର ବିଧାୟକ ମୁକେଶ ପାଳ ଆଜି କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ନିଜ ଫେସବୁକ ଆକାଉଣ୍ଟରେ ସେ ଏ ନେଇ ସୂଚନା ଦେଇଥିବା ବେଳେ ଲକ୍ଷଣ ନଥିବାରୁ ନିଜ ବାସଭବନରେ ପୃଥକବାସରେ ଥିବା ଲେଖିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ଼ ପରୀକ୍ଷା କରିବାକୁ ସେ ଅନୁରୋଧ ମଧ୍ୟ କରିଛନ୍ତି। ବିଧାୟକ ମୁକେଶ କୁମାର ପାଳ କରୋନା ରୋଗରୁ ଶୀଘ୍ର ଆରୋଗ୍ୟ ହୋଇ ନିଜ କର୍ମ କ୍ଷେତ୍ରରେ ଯୋଗ ଦିଅନ୍ତୁ ବୋଲି ପାଳଲହଡା ଅଂଚଳର ସାଧାରଣ ଜନତା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରାର୍ଥନା କରିବା ସହ ପାଲଲହଡାର ଅଧିଷ୍ଠାତ୍ରୀ ଦେବୀ ମା କୁଣ୍ଡେଇବିରାଙ୍କ ନିକଟରେ ଦ୍ଵୀପ ଜଳେଇ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.