Home ଜିଲ୍ଲା ପରିକ୍ରମା ସୋନୁ ନିଗମ ଗୋଲାପି ଚିଠି ସିଡି କଲେ ଉନ୍ମୋଚନ

ସୋନୁ ନିଗମ ଗୋଲାପି ଚିଠି ସିଡି କଲେ ଉନ୍ମୋଚନ

272

ଯାଜପୁର୧୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲାପାଳ ତଥା ଗୀତିକାର ରଂଜନ କୁମାର ଦାସଙ୍କ ଦ୍ୱାରା ରଚିତ ଓ ସଂଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକଙ୍କ ଦ୍ୱାରା ନିର୍ଦ୍ଦେଶିତ ଅଡିଓ ସିଡି ଗୋଲାପି ଚିଠିକୁ ବିଶିଷ୍ଟ କଣ୍ଠଶିଳ୍ପୀ ସୋନୁ ନିଗମ ଉନ୍ମୋଚନ କରିଚ୍ଥନ୍ତି ।

 

ବାଳାଶ୍ରମ ପଡିଆ ଠାରେ ଯାଜପୁର ଜିଲ୍ଲା ମହୋତ୍ସବ “ଯଯାତି” ର ଉଦ୍‌ଘାଟନ ଉତ୍ସବରେ ଶ୍ରୀ ନିଗମ ଏହାକୁ ଉନ୍ମୋଚନ କରିବା ସହ ଜିଲ୍ଲାପାଳ ଶ୍ରୀ ଦାସଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।  ବ୍ୟସ୍ତତା ମଧ୍ୟରେ ଓ ବ୍ୟସ୍ତ ବହୁଳ ସମୟର କାର୍ଯ୍ୟ ଚାପ ସତ୍ୱେ ଜିଲ୍ଲାପାଳ ଶ୍ରୀ ଦାସ ଏତେ ସୁନ୍ଦର ଗୀତ ଲେଖୁଥିବାରୁ ଶ୍ର୍ରୀ ନିଗମ ଶୁଭେଚ୍ଚ୍ଥା ଜଣାଇଥିଲେ ।  ଏହି ସିଡି ଉନ୍ମୋଚନ ସମୟରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା, ସଂଗୀତ ନିର୍ଦ୍ଦେଶକ ଶ୍ରୀ ମଲ୍ଲିକ, ବିଶିଷ୍ଟ କଣ୍ଠ ଶିଳ୍ପୀ ଅସୀମା ପଣ୍ଡା ଓ ମଞ୍ଚ ପରିଚାଳିକା ସୁଲଗ୍ନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.