Home ଅପରାଧ ୨୧ ବର୍ଷୀୟା ମହିଳାଙ୍କ ଆଗରେ ପ୍ୟାଣ୍ଟ ଚେନ ଖୋଲିଲା ଫୁଡ୍ ଡେଲିଭରୀ ବଏ – ୫...

୨୧ ବର୍ଷୀୟା ମହିଳାଙ୍କ ଆଗରେ ପ୍ୟାଣ୍ଟ ଚେନ ଖୋଲିଲା ଫୁଡ୍ ଡେଲିଭରୀ ବଏ – ୫ ଗିରଫ

85

ପୁଣେ ୯-୩ (ଓଡ଼ିଆ ପୁଅ) ପୁଣେରେ ଜଣେ ୨୧ ବର୍ଷୀୟା ମହିଳାଙ୍କ ଆଗରେ ଜଣେ ଫୁଡ୍ ଡେଲିଭରୀ ଷ୍ଟାଫ୍ ନିଜ ପ୍ୟାଣ୍ଟର ଚେନ ଖୋଲି ଅଶ୍ଳିଳ ଇଙ୍ଗିତ କରିବା ପରେ ପୋଲିସ୍ ଏ ସମ୍ବନ୍ଧରେ ୫ ଜଣଙ୍କୁ ଗିରଫ କରିଛି। ଖବର ଅନୁଯାୟୀ, ମହିଳା ଜଣକ ଖାଦ୍ୟ ପାଇଁ ଏକ ୱେବ ସାଇଟ୍ ରେ ନିଜର ଖାଦ୍ୟ ବୁକ୍ କରିଥିଲେ। ଖାଦ୍ୟ ନେଇ ଆସିଥିବା ପୁରୁଷ ଫୁଡ୍ ଡେଲିଭରୀ ଷ୍ଟାଫ୍ ଜଣକ ଖାଦ୍ୟ ଦେବା ପରେ ପାଣି ମାଗିଥିଲା। ଯେତେବେଳେ ମହିଳା ଜଣକ ତା’ ପାଇଁ ପାଣି ଭିତରକୁ ଯାଇଥିଲେ ପରେ ଆସିବା ପରେ ଡେଲିଭରୀ ବୟ ତାଙ୍କ ସାମନାରେ ଠିଆ ହୋଇ ନିଜର ଟ୍ରାଉଜର ଚେନ ଖୋଲି ନିଜର ପ୍ରାଇଭେଟ ପାର୍ଟ ଦେଖାଇବା ସହିତ ଅଶ୍ଲିଳ ସଙ୍କେତ ଦେଇଥିଲା ବୋଲି ପୋଲିସ କହିଛି।

ଏହା ପରେ ମହିଳା ଜଣକ ଡେଲିଭରି ବଏ ବିରୋଧରେ ଅଭିଯୋଗ କରିବାପାଇଁ କମ୍ପାନୀର କଷ୍ଟମର କେୟାର ନମ୍ବରରେ ଫୋନ କରିଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଏହା ପରେ ମହିଳା ଜଣଙ୍କ ପୋଲିସ ପାଖରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.