Home Top News ୨୦ ଅଗଷ୍ଟ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

୨୦ ଅଗଷ୍ଟ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

258

ମେଷ : ଦିନର ପ୍ରାରମ୍ଭରେ ଆପଣ କୌଣସି ପ୍ରକାରର ଦ୍ୱନ୍ଦ୍ୱରେ ରହିବେ। ନିଜର ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ। ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ ଏବଂ ମନ ପ୍ରଫୁଲ୍ଲିତ ରହିବ। ଯାତ୍ରାର ମଧ୍ୟ ଯୋଗ ଅଛି। ଧନ ସମ୍ବନ୍ଧରେ କୌଣସି ବିଶେଷ ଚର୍ଚ୍ଚା ହୋଇପାରେ।

ବୃଷ : ଆପଣଙ୍କ ଆଜିର ଦିନ ମଧ୍ୟମଫଳଦାୟୀ ରହିବ। ଦିବସର ପ୍ରାରମ୍ଭରେ ଆପଣଙ୍କୁ ଶାରୀରିକ ତଥା ମାନସିକ ରୂପରେ ଫୂର୍ତ୍ତି ଏବଂ ଆନନ୍ଦ ଅନୁଭବ ହେବ। ଆପଣଙ୍କ ସୃଜନାତ୍ମକ ଏବଂ କଳାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହୋଇପାରେ। ମଧ୍ୟାହ୍ନ ପରେ ଆପଣ କୌଣସି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ବୈଚାରିକ ସ୍ତରରେ ଆପଣ ବୁଡ଼ି ରହିବେ। ଆବଶ୍ୟକ ନିର୍ଣ୍ଣୟ ଏହି ସମୟ ନନେବାପାଇଁ ଉପଦେଶ।

ମିଥୁନ : ଆପଣଙ୍କ ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ଆଜି ଆପଣ ଚିନ୍ତାରେ ଘେରି ରହିବେ ଏବଂ ସ୍ଵାସ୍ଥ୍ୟରେ ମଧ୍ୟ ଅବନ୍ନତି ହୋଇପାରେ। ପରିବାରରେ ମଧ୍ୟ ମତଭେଦ ରହିବ, ପରନ୍ତୁ ମଧ୍ୟାହ୍ନ ପରେ ଆପଣ ସମସ୍ତ କାର୍ଯ୍ୟଗୁଡ଼ିକରେ ଅନୁକୂଳତା ଅନୁଭବ କରିବେ। ଆର୍ଥିକ ଲାଭର ସଂଭାବନା ଅଛି।

କର୍କଟ : ଦିନର ପ୍ରାରମ୍ଭରେ ଆପଣଙ୍କ ପରିବାରରେ ଖୁସିର ମାହୌଲ ରହିବ ଏବଂ ବ୍ୟାପାରରେ ସମୟ ଠିକ ରହିବ। ମହିଳାବର୍ଗଙ୍କଠାରୁ ଲାଭ ହେବାର ଯୋଗ ଅଛି। ପ୍ରିୟ ପାତ୍ରଙ୍କ ସହ ଭେଟ ହେବ। ମାନସିକ ତଥା ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ, ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନରେ ବିବିଧ ପ୍ରକାରର ଚିନ୍ତା ଆସିବ, ଯାହା କି ପାରିବାରିକ ବାତାବରଣକୁ ବିଗାଡ଼ି ପାରେ।

ସିଂହ : ଆଜିର ଦିନ ଆନନ୍ଦପୂର୍ବକ ବିତିବ। ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ଧନ ବୃଦ୍ଧି ହେବ। ମହିଳାବର୍ଗଙ୍କର ଲାଭ ହେବାର ମଧ୍ୟ ସଂଭାବନା ଅଛି। ସନ୍ତାନଙ୍କ ତରଫରୁ ମଧ୍ୟ ଲାଭ ମିଳିବ। ଛୋଟ ଯାତ୍ରା ପାଇଁ ପରିସ୍ଥିତି ଅନୁକୂଳ ହେବ। ଦାମ୍ପତ୍ୟ ଜୀବନରେ ଆନନ୍ଦ ରହିବ।

କନ୍ୟା : ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଆଧ୍ୟାତ୍ମ ପ୍ରତି ଆକର୍ଷଣ ବଢ଼ିବ। କାର୍ଯ୍ୟାଳୟ କିମ୍ବା ବ୍ୟବସାୟରେ କାର୍ଯ୍ୟଭାର ଅଧିକ ରହିବ। ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କ ପାଇଁ ଯୋଗ ଭଲ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ଆୟୋଜନ କରି ପାରିବେ। ରୋକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ବୃଦ୍ଧିର ସଂଭାବନା ଅଛି। ଗୃହସ୍ଥ ଜୀବନରେ ମଧୁରତା ରହିବ। ମାନ-ସମ୍ମାନ ମିଳିବ।

ତୁଳା : ଖାଦ୍ୟ-ପେୟରେ ଆଜି ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଦିନ ସମୟରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ। ଅଧିକ କାର୍ଯ୍ୟରେ ଶିଥିଲତା ଏବଂ ମାନସିକ ବ୍ୟଗ୍ରତାର ଅନୁଭବ କରିବେ। ଯାତ୍ରା ଲାଭଦାୟୀ ନୁହେଁ। ଧାର୍ମିକ କାର୍ଯ୍ୟ ହେବ। ବିଦେଶରେ ସ୍ଥିତ ସ୍ଵଜନମାନଙ୍କର ଭଲ ସମାଚାର ମିଳିବ। ବ୍ୟାପାରରେ ଆର୍ଥିକ ଲାଭ ହେବ। ନୂଆ ଆୟୋଜନ ପାଇଁ ଅନୁକୂଳ ପରିସ୍ଥିତି ହେବ।

ବିଚ୍ଛା : ଆପଣ ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରି ପାରିବେ। ପରିଜନମାନଙ୍କର ସହିତ ସାମାଜିକ ସମାରୋହରେ ଭାଗ ନେବେ। ଛୋଟ ଯାତ୍ରାର ମଧ୍ୟ ଯୋଗ ଅଛି। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ିବାର ଆଶଂକା ଅଛି। ମାନସିକ ରୂପରେ କିଛି ବ୍ୟଗ୍ରତା ମଧ୍ୟ ଅନୁଭବ କରିବେ। ଖାଦ୍ୟ-ପାନୀୟ ଉପରେ ବିଶେଷ ରୂପରେ ଧ୍ୟାନ ଦେବେ।

ଧନୁ : ଆଜିର ଦିନ ଶୁଭଫଳଦାୟୀ ହେବ। ଶରୀର ଏବଂ ମନ ଅସୁସ୍ଥ ରହୁଥିଲେ ମଧ୍ୟ ଆପଣ ନିଜର ଅସଂପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରି ପାରିବେ। ଆର୍ଥିକ ଆୟୋଜନ ମଧ୍ୟ ବହୁତ ଭଲ ଭାବରେ କରି ପାରିବେ। କାର୍ଯ୍ୟାଳୟରେ ସହକର୍ମିମାନଙ୍କ ସହଯୋଗ ଆପଣଙ୍କୁ ମିଳିବ। ପରିଜନ ଏବଂ ମିତ୍ରମାନଙ୍କର ଘନିଷ୍ଠତାରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦଦାୟୀ ରହିବ। ବ୍ୟାପାରରେ ବୃଦ୍ଧି କରି ପାରିବେ।

ମକର : ବୈଚାରିକ ସ୍ତରରେ ବିଶାଲତା ଏବଂ ମଧୁରବାଣୀରେ ଆପଣ ଅନ୍ୟଜନମାନଙ୍କୁ ପ୍ରଭାବିତ କରି ପାରିବେ। ବାଣୀର ମଧୁରତା ଆପଣଙ୍କୁ ନୂଆ ସମ୍ବନ୍ଧ ବନାଇବା ପାଇଁ ମଧ୍ୟ କାମରେ ଆସିବ। ଆର୍ଥିକ ଆୟୋଜନ ମଧ୍ୟ ଆଜି ଆପଣ ଭଲ ଭାବରେ କରି ପାରିବେ। ଆଜିର ସମ୍ପୂର୍ଣ୍ଣ ଦିନ ଆନନ୍ଦର ସହିତ ବିତିବ। ଚାକିରିରେ ସହଯୋଗ ମିଳିବ। ମଧ୍ୟାହ୍ନ ପରେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ ଏବଂ ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ।

କୁମ୍ଭ : ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଆତ୍ମବିଶ୍ଵାସର ସହିତ ଠିକରେ ସଂପନ୍ନ କରି ପାରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ପୈତୃକ ସଂପତ୍ତି ଲାଭ ହେବ। ତଥାପି ମଧ୍ୟ ବାହନ, ବାସଗୃହ ଆଦିର କାଗଜପତ୍ର ସମ୍ବନ୍ଧିତ କାର୍ଯ୍ୟରେ ସାବଧାନପୂର୍ବକ ଆଗକୁ ବଢ଼ିବେ। ଆପଣଙ୍କ ବୈଚାରିକ ସମୃଦ୍ଧିରେ ବୃଦ୍ଧି ହେବ। ମନ ପ୍ରସନ୍ନ ରହିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।

ମୀନ : ଆନନ୍ଦ ଏବଂ ଉତ୍ସାହରେ ବୃଦ୍ଧି ହେବ। କୌଟୁମ୍ବିକ ତଥା ଆର୍ଥିକ ବିଷଗୁଡ଼ିକ ଉପରେ ଆପଣ ଅଧିକ ଧ୍ୟାନ ଦେବେ। ଆପଣ କୌଣସି ମଧ୍ୟ କାର୍ଯ୍ୟକୁ ଦୃଢ ମନୋବଳ ଏବଂ ଆତ୍ମବିଶ୍ଵାସର ସହିତ କରି ପାରିବେ। ପିତୃପକ୍ଷରୁ ଲାଭ ହେବାର ମଧ୍ୟ ସଂଭାବନା ଅଛି। ପରନ୍ତୁ ଜମିବାଡ଼ି ଆଦି ବିଷୟଗୁଡ଼ିକ କାର୍ଯ୍ୟରେ ସାବଧାନ ରହିବେ। ସନ୍ତାନ ପଛରେ ଖର୍ଚ୍ଚ କରିବେ। ବିଦ୍ୟାର୍ଥୀଗଣ ବିଦ୍ୟା କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.