Home ଅପରାଧ  ଦୁଇ ବାଇକ ସାମ୍ନାସାମ୍ନି ଧକ୍କା; ଦୁଇ ଚାଳକ ମୃତ, ଦୁଇ ଗୁରୁତର

 ଦୁଇ ବାଇକ ସାମ୍ନାସାମ୍ନି ଧକ୍କା; ଦୁଇ ଚାଳକ ମୃତ, ଦୁଇ ଗୁରୁତର

150

ଯାଜପୁର୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କୋରାଇ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ପାଟୁଳୀ ଛକ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ବାଇକ ଆରୋହୀ ଦ୍ୱୟଙ୍କର ଘଟଣା ସ୍ଥଳେ ମୃତ୍ୟୁ ଘଟିଥିଲା ବେଳେ ଦୁଇ ସହଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଆରୋହୀ ଦ୍ୱୟ ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ଦୁଃଶାସନ ମଲ୍ଲିକଙ୍କ ପୁଅ ବିକାଶ(୨୮) ଓ ଅନ୍ୟ ଆରୋହୀ ଯାଜପୁର ଟାଉନ ସ୍ଥିତ ଚଇନପୁର ଗ୍ରାମର ହାପି ଦାସ(୩୬) ହୋଇଥିଲା ବେଳେ ଆହତ ସହଯାତ୍ରୀ ଦ୍ୱୟ କେନ୍ଦୁଝର ଜିଲା ହରିଚନ୍ଦନପୁର ଅଂଚଳର ଦଶମତୀ ଚତରା(୩୨) ଓ ଲକ୍ଷ୍ମୀ ମୁଣ୍ଡା(୧୯) ବୋଲି ଜଣାପଡିଛି। ପ୍ରକାଶଯେ, କଳିଙ୍ଗନଗର ସ୍ଥିତ ଜିନ୍ଦଲ କାରଖାନାରେ ସୁପରଭାଇଜର ଭାବେ କାର୍ୟ୍ୟକରୁଥିବା ଜହ୍ନା ଗ୍ରମାର ବିକାଶ ଏକ ହିରୋହୁଣ୍ଡା ସିଡି ଡନ ବାଇକ ଯୋଗେ କାରଖାନାକୁ ଯାଉଥିଲା। ୨୦ନମ୍ବର ଜାତୀୟ ରାଜପଥ ଯାଜପୁରରୋଡ-ପାଣିକୋଇଲି ରାସ୍ତାର ପାଟୁଳ ଛକ ନିକଟରେ ଯାଜପୁରରୋଡରେ ଯାତ୍ରା ଦେଖି ଏକ ବାଇକ(ୟାମା)ରେ ଚଇନିପୁରର ହାପି ଦାସ ଦଶମତୀ ଓ ଲକ୍ଷ୍ମୀଙ୍କୁ ବାଇକରେ ବସାଇ ଯାଜପୁର ଟାଉନ ଅଭିମୁଖେ ଯାଉଥିଲା ବେଳେ ବାଇକ ଦ୍ୱୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳେ ଉଭୟ ଆରୋହୀ ବିକାଶ ଓ ହାପିର ମୁତ୍ୟୁ ଘଟିଥିଲା ବେଳେ ସହଯାତ୍ରୀ ଦଶମତୀ ଓ ଲକ୍ଷ୍ମୀ ଗୁରୁତର ଆହତ ଅବସ୍ଥାରେ ରାସ୍ତାରେ ପଡି ଛଟପଟ ହେଉଥିଲେ। ଘଟଣା ସ୍ଥଳେ ସ୍ଥାନୀୟ ଲୋକେ ପହଂଚି ଆହତ ଦ୍ୱୟଙ୍କୁ ଯାଜପୁରରୋଡ ସ୍ଥିତ କ୍ଷେତ୍ରୀୟ ଚିକିତ୍ସାଳୟକୁ ନେଇଯାଇଥିଲେ। ପରେ କୋରାଇ ଥାନା ଅଧିକାରୀ ରଣଜିତ ମହାନ୍ତି ପହଂଚି ଆହତ ଦ୍ୱୟ ଦଶମତୀ ଓ ଲକ୍ଷ୍ମୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସ୍ଥାନୀୟ ସାମଜିକ କର୍ମୀ ରାକେଶ କୁମାର ରାଉତଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଇଥିଲେ। ପରେ ପୁଲିସ ଏନେଇ ଏକ ମାମଲା ରୁଜୁକରି ବାଇକ ଦ୍ୱୟକୁ ଜବତ କରିବା ସହ ମୃତ ବିକାଶ ଓ ହାପିର ଶବକୁ ବ୍ୟବଛେଦ କରି ଉଭୟ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.