Home ଓଡ଼ିଶା ନୟାଗଡ଼ କଲେଜରେ ଯୁକ୍ତ ଦୁଇ ଖାତା ଦେଖା ବନ୍ଦ, ପରୀକ୍ଷା କେନ୍ଦ୍ରରେ ବ୍ଳକଗ୍ରାଂଟ ଅଧ୍ୟାପକଙ୍କ ଯୁକ୍ତଦୁଇ...

ନୟାଗଡ଼ କଲେଜରେ ଯୁକ୍ତ ଦୁଇ ଖାତା ଦେଖା ବନ୍ଦ, ପରୀକ୍ଷା କେନ୍ଦ୍ରରେ ବ୍ଳକଗ୍ରାଂଟ ଅଧ୍ୟାପକଙ୍କ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ ଓ ଧାରଣା ଯୋଗୁଁ ଜଣେବି ପଶି ପାରିଲେନି ଖାତା ଦେଖିବା ପାଇଁ

144

ନୟାଗଡ଼, ୪ା୪(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଜିଠାରୁ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନକୁ ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଂଚର ଆହ୍ୱାନରେ ନୟାଗଡ଼ ଜିଲ୍ଳାର ୬୬୨ ଓ ୪୪୮ ବର୍ଗର କଲେଜର ଅଧ୍ୟାପକ ଓ ଅଧ୍ୟାପିକା ବର୍ଜନ କରାଯିବା ସଙ୍ଗେ ସଙ୍ଗେ ଧାରଣା ଦେଇଛନ୍ତି। ୪୪୮ ବର୍ଗ କଲେଜର ସଂଯୋଜକ ବ୍ୟୋମକେଶ ରଥ, ହାଇସ୍କୁଲର ସଭାପତି ମାଣିକେଶ୍ୱର ସ୍ୱାଇଁଙ୍କ ନେତୃତ୍ୱରେ ଓ ୬୬୨ ବର୍ଗ କଲେଜର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀଙ୍କ ସହଯୋଗରେ ନୟାଗଡ଼ କଲେଜ ପରିସରରେ ଅନୁଷ୍ଠିତ ଏହି ଧାରଣାରେ ହଜାରରୁ ଉର୍ଦ୍ଧ୍ୱ ଅଧ୍ୟାପକ ଖାତା ମୂଲ୍ୟାୟନକୁ ବର୍ଜନ କରିବା ସହିତ ଧାରଣା ଦେଇଥିଲେ। ନୟାଗଡ଼ ଜିଲ୍ଳାର ୫୮ଟି ବ୍ଳକ ଗ୍ରାଂଟ ହାଇସ୍କୁଲ, ୬୬୨ବର୍ଗର ୨୩ଟି ଓ ୪୮୮ ବର୍ଗର ୧୩ଟି କଲେଜର ଶିକ୍ଷକ, ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମାନେ ଏହି ଧାରଣାରେ ବସିଥିବାବେଳେ ଆଜି ପ୍ରଧମ ଦିନରେ ଯୁକ୍ତ ଦୁଇର କଳା ଓ ବିଜ୍ଞାନ ସ୍ରୋତର ପରୀକ୍ଷା ଖାତା ଦେଖା ଆରମ୍ଭ ହେବାର ଥିଲା। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଖାତା ଦେଖିବାପାଇଁ ୧୧୦ ପରୀକ୍ଷକ ନିଯୁକ୍ତି ହୋଇଥିଲେ। ତେବେ ମିଳିତ ମଂଚର ଧାରଣା ଯୋଗୁଁ କେହିହେଲେ ଜଣେବି ନୟାଗଡ଼ କଲେଜରେ ଖାତା ଦେଖିବା ପାଇଁ ପଶି ପାରିନଥିବା ଦେଖାଦେଇଛି। ମଂଚର କହିବା ଅନୁଯାୟୀ ଅବାଂଛିତ ସତ୍ୟାପାଠ ଉଚ୍ଛେଦ, ବ୍ଳକ ଗ୍ରାଂଟ ପାଇଥିବା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ, ଚାକିରି ସର୍ତ୍ତାବଳୀ ଲାଗୁ, ବକେୟା ଦରମା ପ୍ରଦାନ, ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ଦରମା ପ୍ରଦାନ, ଅବସର ବୟସ ସୀମା ୬୨ବର୍ଷକୁ ବୃଦ୍ଧି ଆଦି ଦାବିକୁ ସରକାର ବାରମ୍ବାର ପ୍ରତିଶୃତି ଦେଇ ପ୍ରତାରଣା କରି ଆସୁଛନ୍ତି। ସରକାରଙ୍କର ଏପରି ଟାଳଟୁଳ ନୀତିକୁ ସଂଘ ପକ୍ଷରୁ ଘୋର ନିନ୍ଦା କରାଯାଇଥିବାବେଳେ ଯେ ପର୍ଯ୍ୟନ୍ତ ସରକାର ଏସବୁ ଦାବିକୁ ମାନିନେଇ ନାହାନ୍ତି ସେପର୍ଯ୍ୟନ୍ତ ପରୀକ୍ଷା ଖାତା ମୂଲ୍ୟାୟନକୁ ଅସହଯୋଗ କରାଯିବ ବୋଲି କୁହାଯାଇଛି। ସରକାର ଏହାର ବିକଳ୍ପ ଖାତା ଦେଖା କରିବାକୁ ଯେଉଁ ପ୍ରୟାସ ଜାରି କରିଛନ୍ତି ତାହାକୁ କୌଣସି ପ୍ରକାରେ ବରାଦାସ୍ତ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ ମଧ୍ୟ କୁହାଯାଇଛି। ତେବେ ଏହି ଧାରଣାକୁ ଆସନ୍ତାକାଲି ଠାରୁ ଆହୁରି ଜୋରଦାର କରାଯିବ ବୋଲି ମିଳିତ ମଂଚ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.