Home ଓଡ଼ିଶା ସୋସିଆଲ୍ ମିଡ଼ିଆରେ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ହେବା ପରେ ଦୁଇ ବିଜେପି ଯୁବ ନେତା ନିଳମ୍ବିତ

ସୋସିଆଲ୍ ମିଡ଼ିଆରେ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ହେବା ପରେ ଦୁଇ ବିଜେପି ଯୁବ ନେତା ନିଳମ୍ବିତ

541

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ଜାତୀୟ ଗଣ ମାଧ୍ୟମ ଖବର ଅନୁଯାୟୀ ଭାରତୀୟ ଜନତା ପାର୍ଟୀ ହିମାଞ୍ଚଳ ପ୍ରଦେଶର କୁଲ୍ଲୂରେ ପାର୍ଟୀ ଦୁଇ ନେତାଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ହେବା ପରେ ତାଙ୍କୁ ନିଳମ୍ବିତ କରି ଦିଆଯାଇଛି। କୁଲ୍ଲୂ ଜିଲ୍ଲାରେ ପାର୍ଟୀର ଯୁବ ଶାଖା ଜଣେ ନେତା ଏବଂ ପଦାଧିକାରୀଙ୍କର ସୋସିଆଲ୍ ମିଡ଼ିଆରେ କଥିତ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ହୋଇଥିଲା। ଭିଡ଼ିଓ ଗୁଡ଼ିକରେ ଦୁଇଜଣ ଆପତ୍ତିଜନକ ସ୍ଥିତିରେ ନଜର ଆସିଥିଲେ। ହିମାଞ୍ଚଳ ପ୍ରଦେଶ ପୁଲିସ ଶନିବାରଦିନ ସୂଚନା ପ୍ରୌଦ୍ୟୋଗିକୀ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରି ଭିଡ଼ିଓକୁ ସେୟାର କରୁଥିବା ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେଇଛି।

ଏପରି କୁହାଯାଉଛିଯେ, ଏହି ଦୁଇଜଣ ନେତା ହିଁ ଏହି ଭିଡ଼ିଓ ବନାଇଥିଲେ। ଯାହାକି ୧୨.୩୫ ମିନଟର ଅଟେ। ଭିଡ଼ିଓ ବିଜେୟାଇଏମ ନେତା (ଯାହାଙ୍କୁ ନିଳମ୍ବିତ କରିଦିଆଯାଇଛି) ଙ୍କର ପତ୍ନୀଙ୍କ ହାତରେ ସେହି ସମୟ ଲାଗିଥିଲା, ଯେତେବେଳେ ଉକ୍ତ ମହିଳା ଫେବ୍ରୁଆରୀରେ ତାଙ୍କ ପତିକୁ ହ୍ୱାଟ୍ସ ଆପରେ ଏହାକୁ ପଠାଇଥିଲା। ସେହି ମହିଳା ଏବଂ ନେତାଙ୍କର ପତ୍ନୀ ମଧ୍ୟରେ ୧୩.୦୫ ମିନଟର ଏକ ଅଡିଓ ଟେପ ମଧ୍ୟ ଜାରୀ କରାଯାଇଛି। ଯେଉଁଥିରେ ସେ, ସେହି ମହିଳାଙ୍କୁ ପତିଙ୍କଠାରୁ ଦୂରରେ ରହିବା ପାଇଁ କହୁଛନ୍ତି।

ପ୍ରଦେଶ ଭାରତୀୟ ଜନତା ପାର୍ଟି ଉପାଧ୍ୟକ୍ଷ ଗଣେଶ ଦତ୍ତ କହିଛନ୍ତି କି ଦୁଇଜଣ ନେତା କୁଲ୍ଲୂ ଜିଲ୍ଲାର ଭାରତୀୟ ଜନତା ପାର୍ଟିର ଯୁବ ଶାଖା ଭାରତୀୟ ଜନତା ଯୁବା ମୋର୍ଚା (ବିଜେୟାଇଏମ) ସହ ସଂଯୁକ୍ତ। କୁଲ୍ଲୂର ପୁଲିସ ଅଧୀକ୍ଷକ ଗୌରବ ସିଂହ କହିଛନ୍ତି କି ଭିଡ଼ିଓରେ ଦିଖାଯାଉଥିବା ମହିଳା ପୁଲିସନିକଟରେ ଅଭିଯୋଗ କରିବା ପରେ ଶନିବାରଦିନ ପ୍ରାଥମିକ ମାମଲା ରୁଜୁ କରାଯାଇଥିଲା। ସେ କହିଛନ୍ତି କି ସୂଚନା ପ୍ରୌଦ୍ୟୋଗିକୀ ଅଧିନିଯମ ୨୦୦୦ ର ଧାରା ୬୭ ଏବଂ ୬୭ଏ ଅନୁଯାୟୀ ବଂଜର ପୁଲିସ ଥାନାରେ ମାମଲା ରୁଜୁ କରାଯାଇଛି। ଜିଲା ପୁଲିସ ପ୍ରମୁଖ ସୋସିଆଲ୍ ମିଡ଼ିଆ ୟୁଜର୍ସଙ୍କୁ ଏହାକୁ ସେୟାର ନ କରିବାକୁ ଚେତାବନୀ ଦେଇଛନ୍ତି।

ଜିଲା ପୁଲିସ ପ୍ରମୁଖ କହିଛନ୍ତି, ‘ଭିଡ଼ିଓ ଯିଏ ସେୟାର କରିବ, କିମ୍ବା ଯିଏ ଏହାକୁ ସେୟାର କରିବ କିମ୍ବା ଏହାକୁ ନିଜ ପାଖରେ ରଖିବ ତା’ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଏସପି କହିଛନ୍ତି କି ନେତାଙ୍କର ପତ୍ନୀ ଏଥିରେ ସାମିଲ ଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.