Home ଓଡ଼ିଶା ପ୍ରକାଶ ପାଇଲା +୨ କଳା ପରୀକ୍ଷା ଫଳ – ପାସ ହାର ୬୭.୫୬%- ପୁଅଙ୍କୁ ପଛରେ...

ପ୍ରକାଶ ପାଇଲା +୨ କଳା ପରୀକ୍ଷା ଫଳ – ପାସ ହାର ୬୭.୫୬%- ପୁଅଙ୍କୁ ପଛରେ ପକାଇଲେ ଝିଅ

153

ଭୁବନେଶ୍ୱର ୫-୯ (ଓଡ଼ିଆ ପୁଅ) : ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ। ଚଳିତ ବର୍ଷର ପାସ ହାର ୬୭.୫୬%। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ସମ୍ପର୍କରେ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀ ମାନେ ‘www.orissaresults.nic.in’ ଲଗ୍‌ଇନ୍‌ କରି ପରୀକ୍ଷା ଫଳ ଦେଖିପାରିବେ।

– ଛାତ୍ରଙ୍କ ପାସ ହାର ୫୬.୩୩% ରହିଥିବା ବେଳେ ଛାତ୍ରୀ ମାନଙ୍କ ପାସ ହାର ୭୫.୪୮ ପ୍ରତିଶତ ରହିଛି।
– ପୁଅଙ୍କ ପାସ୍ ହାର- ୫୭.୩୩% ରହିଥିବା ବେଳେ ଝିଅଙ୍କ ପାସ୍ ହାର- ୭୫.୪୮ ପ୍ରତିଶତ ରହିଛି।
– ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୨ ହଜାର ୧୯୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି।
– ୨ୟ ଶ୍ରେଣୀରେ ୨୬,୦୨୭ ଜଣ ଏବଂ
– ୩ୟ ଶ୍ରେଣୀରେ ୧,୦୦,୧୦୧ ପାସ୍ କରିଥିବା ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି।

– ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୯ ହଜାର ୭୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ପାସ୍ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ।
ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ।

– ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଯୋଜନା ରଖାଯାଇଥିଲା। ମହାମାରୀ କରୋନା କାରଣରୁ ତାରିଖକୁ ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ଘୁଞ୍ଚାଯାଇଥିଲା।
– ଫଳ ପ୍ରକାଶ ହେବା ପରେ ଏବେ ଇସ୍ପେସ୍ ଜରିଆରେ ଶିକ୍ଷାନୁଷ୍ଠାନଗୁଡିକୁ ବିଦ୍ୟାର୍ଥୀଙ୍କ ପକ୍ଷା ଫଳ ପଠାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.