Home ଅପରାଧ ୧୯,ଜାନୁୟାରୀ:ପ୍ରଳୟର ଦିନ, ପଳାୟନର ଦିନ!

୧୯,ଜାନୁୟାରୀ:ପ୍ରଳୟର ଦିନ, ପଳାୟନର ଦିନ!

3319

କାଶ୍ମୀର ହିନ୍ଦୁମାନଙ୍କ ପାଇଁ ତିନୋଟି ବିକଳ୍ପ ଥିଲା: –
(୧)-ଧର୍ମାନ୍ତରୀକରଣ(ଇସଲାମ ଗ୍ରହଣ),(୨)-ଘାଟି ଛାଡ଼,ନହେଲେ (୩)ରେ ଜୀବନ ଛାଡ଼(ହତ୍ୟା)!
                                           -ଦେବଦତ୍ତ ରଥ

୧୯,ଜାନୁୟାରୀକୁ କାଶ୍ମୀର ହିନ୍ଦୁ ବିସ୍ଥାପନ ଦିବସ ଭାବରେ ଜଣାଯାଏ।ଏହି ଦିନଟିକୁ କାଶ୍ମୀର ହିନ୍ଦୁ ପଣ୍ଡିତମାନେ ପ୍ରଳୟର ଦିନ, ପଳାୟନର ଦିନ ଭାବରେ ପାଳି ଥାଆନ୍ତି।୧୯୪୭ ମସିହାରେ ଦେଶ ବିଭାଜନ ପରଠାରୁ ହିଁ କାଶ୍ମୀରରେ ହିନ୍ଦୁମାନେ ସୁରକ୍ଷିତ ନଥିଲେ।ଏଠାରେ ହିନ୍ଦୁମାନଙ୍କ ଉପରେ ସବୁବେଳେ ଅତ୍ୟାଚାର ଚାଲି ଆସୁଥିଲା।୧୯୯୦ ମସିହା ପୂର୍ବରୁ କାଶ୍ମୀରରେ ହିନ୍ଦୁମାନଙ୍କ ଉପରେ ଭୟଙ୍କର ଆକ୍ରମଣ ହେବା ଆରମ୍ଭ ହୋଇଯାଇଥିଲା।ହିନ୍ଦୁମାନଙ୍କୁ ଦିନ ଦ୍ୱିପ୍ରହରରେ ମଝି ରାସ୍ତାରେ ହତ୍ୟା କରାଯାଉଥିଲା।ମା”,ଭଉଣୀ ମାନଙ୍କୁ ଅପହରଣ କରାଯାଉଥିଲା।ସେମାନଙ୍କର ଇଜ୍ଜତ ସହ ଖେଳା ଯାଉଥିଲା।ଏହାର ଏକମାତ୍ର ଉଦ୍ଦେଶ୍ୟ ଥିଲା କାଶ୍ମୀର ଘାଟିରେ ହିନ୍ଦୁ ମାନଙ୍କୁ ଆତଙ୍କିତ କରିବା ଏବଂ ସେମାନଙ୍କୁ ଘାଟିରୁ ବିତାଡିତ କରିବା।କାଶ୍ମୀର ହିନ୍ଦୁ ପଣ୍ଡିତମାନଙ୍କ ପାଇଁ ତିନୋଟି ବିକଳ୍ପ ଥିଲା।(୧)-ଧର୍ମାନ୍ତରୀକରଣ(ଇସଲାମ ଗ୍ରହଣ),(୨)-ଘାଟି ଛାଡ଼,ନହେଲେ (୩)ରେ ଜୀବନ ଛାଡ଼(ହତ୍ୟା)।

୧୯ ଜାନୁଆରୀ ୧୯୯୦ରେ ଯାହାହେଲା ତା’ ପରଠାରୁ ହିନ୍ଦୁମାନଙ୍କର ସେଠାରେ ରହିବା ଆଉ ସମ୍ଭବ ହେଲା ନାହିଁ।ତେଣୁ ଏହି ଦିନକୁ କାଶ୍ମୀରୀ ହିନ୍ଦୁମାନଙ୍କର ବିସ୍ଥାପନ ଦିବସ/ପ୍ରଳୟର ଦିନ/ପଳାୟନର ଦିନ ରୂପେ ପାଳନ କରାଯାଇଥାଏ।ସେହି ଦିନର ଭୟଙ୍କର ଦୃଶ୍ୟ ଆଜି ମଧ୍ୟ କାଶ୍ମୀରୀ ହିନ୍ଦୁମାନଙ୍କର ମନରୁ ଲିଭିପାରି ନାହିଁ।ସମ୍ପୂର୍ଣ କାଶ୍ମୀର ଘାଟିରେ “ମଜହବୀ(ଧାର୍ମିକ) ଉନ୍ମାଦ” ବଢି ଚାଲିଥିଲା।ହାତରେ ବନ୍ଧୁକ ଓ ମୁହଁରୁ “ଅସି ଗଚ୍ଚି ପାକିସ୍ତାନ” “ବତାଓ ରୋଓସ ତେ’ ବତାନବେ ଶାନ” ଆଦିର ସ୍ଲୋଗାନ ସହ ଜିହାଦୀ ଶାନ୍ତିଦୂତ ମାନେ ତାଙ୍କର ଆତଙ୍କ ଜାରୀ ରଖିଥିଲେ।କାଶ୍ମୀର ଘାଟିର ଯେଉଁ ମସ୍ଜିଦ ଗୁଡିକରେ କେବେ ଇବାଦତର ଶବ୍ଦ ଶୁଣା ଯାଉଥିଲା,ସେହି ମସଜିଦ ଗୁଡିକରେ “କାଫିର ହିନ୍ଦୁ” ମାନଙ୍କୁ ହତ୍ୟା କରିବାର ଅପିଲ ମାନ ଶୁଣାଗଲା।

କୁହାଗଲା:- “ଏ କାଫିରୋଁ (ମୂର୍ତ୍ତି ପୂଜକ),ଏ ଜାଲିମୋଁ କାଶ୍ମୀର ହମାରା ଛୋଡ ଦୋ”
“ମୁସଲମାନ ଜାଗୋ,କାଫିରୋଁ ଭାଗୋ”।
“ଇସଲାମ ହମାରା ମକସଦ ହୈ,କୁରାନ ହମାରା ଦସ୍ତୁର ହେ,ଔର ଜିହାଦ ହମାରା ରାସ୍ତା ହୈ”।
“କାଶ୍ମୀର ବନେଗା ପାକିସ୍ତାନ”।
“ପାକିସ୍ତାନ ସେ କ୍ୟା ରିସ୍ତା,”ଲା ଇଲାହା ଇଲ୍ଲଲ୍ଲାହ ମୁହମ୍ମଦୁନ ରସୁଲ୍ ଇଲ୍ଲାହ”
“ୟହାଁ କ୍ୟା ଚଲେଗା,ନିଜାମେ ମୁସ୍ତଫା”

ଏହି ସ୍ଲୋଗାନ ଗୁଡିକ ସମେତ ଭୟଙ୍କର ଆତଙ୍କରାଜ୍ କାଶ୍ମୀର ଘାଟିରୁ ହିନ୍ଦୁଙ୍କୁ ସେମାନଙ୍କ ମାତୃଭୂମିରୁ ବିସ୍ଥାପିତ ହେବାକୁ ବାଧ୍ୟ କରିଥିଲା।କେତେକ ରିପୋର୍ଟ ଅନୁଯାୟୀ ୯୦ ଦଶକରେ ୧ ଲକ୍ଷ ହିନ୍ଦୁ ପଳାୟନ କରିଥିଲେ।ଆଉ କେତେକ ରିପୋର୍ଟରେ ଏହି ସଂଖ୍ୟା ୧ ଲକ୍ଷ ୫୦ ହଜାର କୁହାଯାଉଥିବା ବେଳେ,କେତେକ ରିପୋର୍ଟରେ ଏହି ସଂଖ୍ୟା ୧ ଲକ୍ଷ ୯୦ ହଜାର କୁହାଯାଉଛି।ବାସ୍ତବରେ ଏହି ସଂଖ୍ୟା ଏହି ରିପୋର୍ଟର କାହିଁ କେତେ ଗୁଣା ହେବ।୪ ଲକ୍ଷରୁ ଅଧିକ ହିନ୍ଦୁ ପଳାୟନ କରିଥିଲେ।ଜାମ୍ମୁକାଶ୍ମୀର ସରକାରଙ୍କ ଏକ ରିପୋର୍ଟ ଅନୁଯାୟୀ ୧୯୮୯ରୁ ୨୦୦୪ ମଧ୍ୟରେ ୨୧୯ କାଶ୍ମୀର ପଣ୍ଡିତଙ୍କ ହତ୍ୟା ହୋଇଥିଲା।ବାସ୍ତବରେ ଏହି ସଂଖ୍ୟା କାହିଁ କେତେଗୁଣା।୧୯୯୮ ଜାନୁୟାରୀ ମାସରେ ବନ୍ଧାମା ଗ୍ରାମରେ ମହିଳା ଏବଂ ଶିଶୁଙ୍କ ସମେତ ୨୩ ଜଣ ହିନ୍ଦୁଙ୍କୁ ଥଣ୍ଡା ବରଫ ଅଞ୍ଚଳରେ ଗୁଳି କରି ହତ୍ୟା କରାଯାଇଥିଲା।୯୦ ଦଶକର ସେହି ଜିହାଦି ଉନ୍ମାଦର ପରିଣାମ ସ୍ୱରୂପ ଆଜି ମଧ୍ୟ କାଶ୍ମୀରୀ ପଣ୍ଡିତମାନେ ସେମାନଙ୍କ ନିଜ ଦେଶରେ ଶରଣାର୍ଥୀ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି ।

ଦୁଃଖଦ!ଯେତେବେଳେ କାଶ୍ମୀରୀ ହିନ୍ଦୁମାନଙ୍କୁ ସେମାନଙ୍କର ମାତୃଭୂମିରୁ ବିତାଡିତ କରାଯାଉଥିଲା ସେତେବେଳେ କୌଣସି ନାସିରୁଦ୍ଦିନ ଶାହ,ଶାହାରୁକ ଖାନ,ଅମୀର ଖାନ,ତାଙ୍କ ପତ୍ନୀ କିରଣ କି’ କେହି ଭାରତରେ ଅସହିଷ୍ଣୁତା ଥିବା କହିନଥିଲେ।କିମ୍ବା କେହି ବି ଆୱାର୍ଡ ଫେରାଇଥିଲେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.