Home ଓଡ଼ିଶା ସ୍ତ୍ରୀର କଟା ମୁଣ୍ଡ ଧରି ବୁଲିଲା ସ୍ବାମୀ

ସ୍ତ୍ରୀର କଟା ମୁଣ୍ଡ ଧରି ବୁଲିଲା ସ୍ବାମୀ

726

ଆନ୍ଧ୍ରପ୍ରଦେଶ,୧୨/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ସାତ ଜନ୍ମକୁ ସାଥି ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ପ୍ରଦୀପ ଓ ମଣିକ୍ରାନ୍ତି। କିନ୍ତୁ ଏହି ବନ୍ଧନକୁ ସଠିକ ଭାବେ ନିଭାଇପାରିନଥିଲେ ଦୁହେଁ। ବିବାହ ପରେ ପ୍ରତିଦିନ କଳି ଝଗଡା କରି ଜୀବନ ଅତିବାହିତ କରୁଥିଲେ ଦୁହେଁ। ଶେଷରେ ବିରକ୍ତି ହୋଇ ଘରୋଇ ହିଂସାର ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଥିଲେ ପତ୍ନୀ ମଣିକ୍ରାନ୍ତି। ତଥାପି ଏଥିରେ ସାବାଡ ହୋଇନଥିଲେ ସ୍ୱାମୀ ପ୍ରଦୀପ।

ଜେଲରୁ ଫେରିବା ପରେ ନିଜର ପ୍ରତିଶୋଧକୁ ପୂରଣ କରିବା ପାଇଁ ପତ୍ନୀ ମଣିକ୍ରାନ୍ତିଙ୍କ ବେକ କାଟି ହତ୍ୟା କରିଛନ୍ତି ପ୍ରଦୀପ। ରାଗ ଏତିକିରେ ଶାନ୍ତ ହୋଇନାହିଁ। ପତ୍ନୀଙ୍କୁ ବେକ କାଟି ମାରିବା ପରେ କଟାମୁଣ୍ଡକୁ ରାସ୍ତାରେ ଧରି ବୁଲିଛନ୍ତି ମଧ୍ୟ ପ୍ରଦୀପ। ଏପରି ଏକ ଅଦ୍ଭୁତ ଘଟଣା ଆନ୍ଧ୍ରପ୍ରଦେଶ ବିଜୟଓ୍ଵାଡାରେ ଦେଖିବାକୁ ମିଳିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.