Home Top News ୧୬ ଅକ୍ଟୋବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

୧୬ ଅକ୍ଟୋବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

236

ମେଷ : ଆଜି ଆପଣ ସମ୍ବେଦନଶୀଳତା ଅନୁଭବ କରିପାରନ୍ତି। ଯେଉଁ କାରଣରୁ ଆପଣଙ୍କ ଭାବନାକୁ ଝଟକା ଲାଗିପାରେ। ମାତାଙ୍କର ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବାସଗୃହ କିମ୍ବା ଜମିର କାଗଜପତ୍ର ପ୍ରତି ଧ୍ୟାନ ରଖିବେ। ମାନସିକ ବ୍ୟଗ୍ରତାକୁ ଦୂର କରିବା ପାଇଁ ଯୋଗ କରନ୍ତୁ।

ବୃଷ : ଆଜି ମନରେ ଅଧିକ ସମ୍ବେଦନଶୀଳ ଏବଂ ଭାବୁକ ବିଚାର ଆସିବ, ଯାହାଦ୍ୱାରା ଆପଣଙ୍କ ମନ ବିବ୍ରତ ହୋଇପାରେ। ପରିବାରରଲୋକ କିମ୍ବା ବନ୍ଧୁମାନଙ୍କ ସହିତ ଭଲ ଭୋଜନ କରିବାର ମୌକା ମିଳିବ। ଆକସ୍ମିକ ଯାତ୍ରା କରିବାକୁ ପଡ଼ିପାରେ।

ମିଥୁନ : ବନ୍ଧୁ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତକରି ଆପଣ ଆନନ୍ଦ ଅନୁଭବ କରିବେ। ଆର୍ଥିକ ଯୋଜନାରେ ଆପଣଙ୍କୁ ଟିକେ ଅସୁବିଧା ହୋଇପାରେ, କିନ୍ତୁ। ଶେଷରେ ଫାଇଦା ହେବ। ଚାକିରି-ବ୍ୟାପାରରେ ଅନୁକୂଳ ବାତାବରଣ ରହିବ ଏବଂ ସାଥିମାନଙ୍କର ସହଯୋଗ ମିଳିବ।

କର୍କଟ : ଆଜି ଆପଣଙ୍କ ମନରେ ସକାରାତ୍କମ ଭାବ ରହିବ। ମିତ୍ରମାନଙ୍କ ଏବଂ ପରିଜନମାନଙ୍କର ତରଫରୁ ଗିଫ୍ଟ ମିଳିପାରେ ଏବଂ ଆପଣ ତାଙ୍କ ସହିତ ସମ୍ପୂର୍ଣ୍ଣ ଦିନ ଖୁସିରେ ବିତାଇ ପାରିବେ। ଯାତ୍ରା, ସୁନ୍ଦର ଭୋଜନ ଏବଂ ପ୍ରିୟଜନମାନଙ୍କ ସହିତ ଆପଣ ରୋମାଞ୍ଚିତ ରହିବେ। ଗୃହସ୍ଥଜୀବନରେ ମଧୁରତା ଆସିବ।

ସିଂହ : ଆଜି ମନ ଭାବନାରେ ବ୍ୟଥିତ ହୋଇପାରେ, ଯାହାର ପ୍ରଭାବରେ ଆପଣ ଆସି କୌଣସି ଅନୈତିକ କାମ କରନ୍ତୁ ନାହିଁ, ଏହାର ଧ୍ୟାନ ରଖିବେ। ମହିଳାମାନଙ୍କ ବିଷୟରେ ବିଶେଷ ଧ୍ୟାନ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ବିଦେଶରୁ ଭଲ ସମାଚାର ମିଳିବ।

କନ୍ୟା : ଆପଣଙ୍କପାଇଁ ଘର, ପରିବାର ଏବଂ ବ୍ୟାପାର ପରି ଅନେକ କ୍ଷେତ୍ରରେ ଲାଭ ପ୍ରତୀକ୍ଷା କରୁଛି। ମିତ୍ରମାନଙ୍କ ସହିତ ଆନନ୍ଦଦାୟକ ଯାତ୍ରା ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ମହିଳା ମିତ୍ରମାନଙ୍କର ଲାଭ ହେବ। ଧନ ପ୍ରାପ୍ତି ପାଇଁ ମଧ୍ୟ ଶୁଭ ସମୟ ଅଛି। ଉଚ୍ଚାଧିକାରିମାନଙ୍କର କୃପାଦୃଷ୍ଟି ରହିବ।

ତୁଳା : ଚାକିରିରେ ପଦ-ପ୍ରତିଷ୍ଠାର ଲାଭ ମିଳିବ। ଅଧିକାରୀମାନଙ୍କର କୃପା ଦୃଷ୍ଟି ରହିବ। ପରିବାରରେ ଉତ୍ସବ ଏବଂ ଉଲ୍ଲାସର ମାହୌଲ ରହିବ। ମାତାଙ୍କ ତରଫରୁ ଫାଇଦା ହେବ। ଉତ୍ତମ ବିବାହ ସୁଖ ପ୍ରାପ୍ତି ହେବ। ବ୍ୟବସାୟ କ୍ଷେତ୍ରରେ ଭଲ ସଫଳତା ମିଳିପାରେ।

ବିଚ୍ଛା : ଆଜିର ଦିନ ପ୍ରତିକୂଳତା ଏବଂ ଅନୁକୂଳତାରେ ମିଶ୍ରିତ ହେବ। ଲେଖନ-ସାହିତ୍ୟରେ ରୁଚି ରହିବ। ବ୍ୟବସାୟ ସ୍ଥଳ ଉପରେ ପ୍ରତିକୂଳ ପରିସ୍ଥିତି ରହିବ। ଉଚ୍ଚ ଅଧିକାରୀମାନଙ୍କର ମନୋଭାବ ନକାରାତ୍ମକ ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ସନ୍ତାନମାନଙ୍କ ମଧ୍ୟରେ ମତଭେଦ ହୋଇପାରେ।

ଧନୁ : ଆଜି ଖାଇବା-ପିଇବା ଉପରେ ବିଶେଷ ଧ୍ୟାନ ରଖିବେ। କାର୍ଯ୍ୟ ସଫଳତାରେ ବିଳମ୍ବ ହେବାର କାରଣରୁ ନିରାଶା ଅନୁଭବ ହୋଇପାରେ। କାମର ବୋଝ ଅଧିକ ହୋଇପାରେ। ନୂଆ କାମର ପ୍ରାରମ୍ଭ କରନ୍ତୁ ନାହିଁ। ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ମନ ଅସ୍ଥିର ଏବଂ ବ୍ୟଗ୍ର ରହିବ।

ମକର : ଆଜିର ଦିନ ଆର୍ଥିକ ଦୃଷ୍ଟିରୁ ବହୁତ ଭଲ ରହିବ। ବ୍ୟାପାରରେ ବୃଦ୍ଧି ଯୋଗ ଅଛି। ତା’ ବ୍ୟତୀତ ଦଲାଲି, ସୁଧ, କମିଶନରୁ ମିଳୁଥିବା ଅର୍ଥ ଆପଣଙ୍କର ଭଣ୍ଡାରରେ ବୃଦ୍ଧି ହେବ। ପ୍ରେମିମାନଙ୍କ ପାଇଁ ଆଜି ପ୍ରଣୟ ପରିଚୟର ଯୋଗ ଅଛି। ବାହନ ସୁଖ ପ୍ରାପ୍ତ ହେବ।

କୁମ୍ଭ : ବର୍ତ୍ତମାନ ସମୟରେ ଆପଣଙ୍କୁ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ ଏବଂ ଯଶକୀର୍ତ୍ତି ପ୍ରାପ୍ତ ହେବ। ଆଜି ଆପଣଙ୍କ ସ୍ଵଭାବରେ ଅଧିକ ଭାବୁକତା ରହିବ। ଭଲ ସମାଚାର ମିଳିବ। ଘରେ ଆନନ୍ଦର ମାହୌଲ ହେବ। ଚାକିରିରେ ମଧ୍ୟ ଆପଣଙ୍କୁ ସାଥିମାନଙ୍କର ଭରପୂର ସହଯୋଗ ମିଳିପାରିବ। ପରିବାରର ମାହୌଲ ସୁଖ-ଶାନ୍ତି ଭରା ରହିବ।

ମୀନ : ଆଜିର ଦିନ ବିଦ୍ୟାର୍ଥିମାନଙ୍କପାଇଁ ଭଲ ଅଟେ। ସେମାନଙ୍କୁ ପାଠପଢ଼ାରେ ସଫଳତା ମିଳିବ ଏବଂ ପ୍ରଗତି ପାଇଁ ନୂଆ ମୌକା ପ୍ରାପ୍ତ ହେବ। ଆପଣ ନିଜର କଳ୍ପନା ଶକ୍ତିରେ ସାହିତ୍ୟ ଲେଖନରେ ନୂଆ କାମ କରିବେ। ଆପଣଙ୍କ ସ୍ଵଭାବରେ ଅଧିକ ଭାବୁକତା ଏବଂ କାମୁକତା ରହିବ। ମହିଳା ମିତ୍ରମାନଙ୍କ ଉପରେ ଖର୍ଚ୍ଚ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.