Home Top News କୃଷକମାନଙ୍କ ଗାଜିପୁର ସୀମାରେ ଭିଡ଼କୁ ଦେଖି ପୋଲିସ ପ୍ରଶାସନର ୧୨ ଲେୟାର ବ୍ୟାରିକେଟିଂ

କୃଷକମାନଙ୍କ ଗାଜିପୁର ସୀମାରେ ଭିଡ଼କୁ ଦେଖି ପୋଲିସ ପ୍ରଶାସନର ୧୨ ଲେୟାର ବ୍ୟାରିକେଟିଂ

43

ନୂଆ ଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) ଚାଷୀମାନଙ୍କର ଆନ୍ଦୋଳନକୁ ସଫଳ କରିବା ପାଇଁ ସେମାନେ ନିରନ୍ତର ଚେଷ୍ଟା କରୁଛନ୍ତି। ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ପରେ ୟୁପି, ପଞ୍ଜାବ ଏବଂ ହରିୟାଣାର ପଞ୍ଚାୟତ ଜାରି ରହିଛି।ଆନ୍ଦୋଳନକୁ ସଫଳ କରିବା ହେଉଛି ପଞ୍ଚାୟତର ମୂଳ ଉଦ୍ଦେଶ୍ୟ।

ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ପରେ କୃଷକ ଆନ୍ଦୋଳନ ଅସଫଳ ହେବ ଏବଂ ସମାପ୍ତ ହେବ ବୋଲି ଅନୁଭବ କରାଯାଇଥିଲା। କିନ୍ତୁ କୃଷକ ନେତା ରାକେଶ ଟିକାୟତଙ୍କ ଆବେଦନ ପରେ ଏହି ଆନ୍ଦୋଳନର ଦୃଢ଼ତା ଅନେକ ପରିମାଣରେ ବୃଦ୍ଧି ପାଇଛି। ଗାଜିପୁର ସୀମାରେ ଚାଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଚାଷୀଙ୍କ ଉପରେ ଜନସାଧାରଣଙ୍କର ଏହିପରି ସହଯୋଗ ବୃଦ୍ଧି ପାଇବା ଦେଖି ପୋଲିସ ପ୍ରଶାସନର ନିଦ ହଜିଯାଇଛି। ଏହି କାରଣ ଯୋଗୁଁ ଗାଜିପୁର ସୀମାରେ ପୋଲିସ ସୁରକ୍ଷାକୁ କଡାକଡି କରିଛି।

ପୋଲିସ-ପ୍ରଶାସନ ଉପରେ ଚାପ ମଧ୍ୟ ବଢ଼ି ଚାଲିଛି, ବର୍ତ୍ତମାନ ଦେଖାଯାଉଛି ଯେ ଚାଷୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଗାଜିପୁର ସୀମାରେ ରାତାରାତି ୧୨ ସ୍ତରୀୟ ବ୍ୟାରିକେଡ୍ କରାଯାଇଛି। ଏଥି ସହିତ ଲୁହା ତାର ମଧ୍ୟ ପୋଲିସ ଦ୍ଵାରା ଲଗାଯାଇଛି।NH ୨୪କୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି। ନୋଏଡା ସେକ୍ଟର ୬୨ ରୁ ଅକ୍ଷରଧାମ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

କୃଷକମାନେ ସମ୍ପୂର୍ଣ୍ଣ ଶକ୍ତି ସହ ପୁଣି ଥରେ ଦିଲ୍ଲୀସାମାରେ ପହଞ୍ଚିଛନ୍ତି। କୃଷକମାନେ ଯେପରି ରାଜଧାନୀକୁ ପ୍ରବେଶ ନକରିବେ ସେଥିପାଇଁ ଦିଲ୍ଲୀ ପୋଲିସ ମଧ୍ୟ ପ୍ରସ୍ତୁତି ଚଳାଇଛି। ଗାଜିପୁର ସୀମାକୁ ଏବେ ଏ ଦୁର୍ଗରେ ପରିଣତ ହୋଇଥିବା ପରି ଲାଗୁଛି।

ଉଲ୍ଲେଖନୀୟ ଯେ, ଦିଲ୍ଲୀ ହିଂସା ପରେ ଗାଜୀପୁର ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଚାପ ସୃଷ୍ଟି କରାଯାଇଥିଲା। ଏହା ପରେ ଅନୁଭବ ହେଲା ଯେ ଆନ୍ଦୋଳନ ଏବେ ବନ୍ଦ ହୋଇଯିବ। କିନ୍ତୁ ରାକେଶ ଟିକାୟତଙ୍କ ଲୁହ ପୁରା ଆନ୍ଦୋଳନକୁ ଏକ ନୂଆ ମୋଡ଼ ଦେଇଥିଲା। ସେ ଦୃଢ଼ ଭାବରେ ଠିଆ ହୋଇଥିଲେ ଏବଂ କହିଥିଲେ ଯେ ଯାହା ହେଉନା କାହିଁକି ସେ ବିରୋଧ ସ୍ଥାନ ଖାଲି କରିବେ ନାହିଁ। ସେ ଯେଉଁ ଆବେଦନ କରିଥିଲେ, ତାହାର ଫଳାଫଳରେ ପଶ୍ଚିମ ଉତ୍ତରପ୍ରଦେଶର କୃଷକମାନେ ରାତିସାରା ଗାଜିପୁର ସୀମାରେ ପହଞ୍ଚି ଏହି ଆନ୍ଦୋଳନକୁ ପୁନର୍ଜୀବିତ କରିଥିଲେ।

– ମନୋସ୍ୱିନୀ ପ୍ରହରାଜ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.