Home Coronavirus Outbreak ଆଜି ରାଜ୍ୟରେ କରୋନା ନେଲା ୧୨ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୧୩୨୦ କୁ...

ଆଜି ରାଜ୍ୟରେ କରୋନା ନେଲା ୧୨ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୧୩୨୦ କୁ ବୃଦ୍ଧି

47

ଭୁବନେଶ୍ୱର ୩୧-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା ନେଲା ୧୨ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୩୨୦ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

କେନ୍ଦୁଝର ଜିଲ୍ଲାରୁ ୨ ଜଣ
ଝାରସୁଗୁଡା ଜିଲ୍ଲାର ଜଣେ
ପୁରୀ ଜିଲ୍ଲାର ଜଣେ
ଖୋର୍ଦ୍ଧା ଜିଲ୍ଲାର ୩ ଜଣ (ଭୁବନେଶ୍ୱରର ୨ ଜଣ)
ଗଞ୍ଜାମ ଜିଲ୍ଲାର ଜଣେ
ନୁଆପଡା ଜିଲ୍ଲାର ଜଣେ
ସୁନ୍ଦରଗଡ ଜିଲ୍ଲାର ୩ ଜଣ
ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ମୃତକଙ୍କ ବିଷୟରେ
୧- କେନ୍ଦୁଝର ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- କେନ୍ଦୁଝର ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩- ଝାରସୁଗୁଡା ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ।

୪- ପୁରୀ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କା ମହିଳା ଯିଏକି କାରସିନୋମା ଓଭାରିରେ ପୀଡିତ ଥିଲେ।

୫- ଖୋର୍ଦ୍ଧା ଜିଲ୍ଲାର ଜଣେ ୪୩ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୬- ଗଞ୍ଜାମ ଜିଲ୍ଲାର ୩୪ ବର୍ଷ ବୟସ୍କ ପୁରୁଷ।

୭- ନୁଆପଡା ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ପୁରୁଷ।

୮- ଭୁବନେଶ୍ୱରର ଜଣେ ୬୭ ବର୍ଷୀୟ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୯- ଭୁବନେଶ୍ୱରର ୬୫ ବର୍ଷ ବୟସ୍କ ପୁରୁଷ।

୧୦- ସୁନ୍ଦରଗଡ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୧- ସୁନ୍ଦରଗଡ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୨- ସୁନ୍ଦରଗଡ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପ, ରେନାଲ୍ ସେଲ୍ କାରସିନୋମା, ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.