Home ଓଡ଼ିଶା ଅମ୍ଫନ ମହାବାତ୍ୟାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗରେ ମୁତୟନ ହେଲେ ଆଉ ୧୦ ଏନଡିଆରଏଫ ଟିମ

ଅମ୍ଫନ ମହାବାତ୍ୟାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗରେ ମୁତୟନ ହେଲେ ଆଉ ୧୦ ଏନଡିଆରଏଫ ଟିମ

121

ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଓ ବେସାମରିକ ପ୍ରତିରକ୍ଷା ବିଭାଗ ପ୍ରଧାନ ଶାସନ ସଚିବଙ୍କ ଲିଖିତ ଅନୁରୋଧ କ୍ରମେ ପଶ୍ଚିମବଙ୍ଗ ବାହାରେ ଥିବା ଆଉ ୧୦ ଏନଡିଆରଏଫ ଟିମକୁ ପଶ୍ଚିମବଙ୍ଗରେ ମୁତୟନ କରାଯିବ। ଆଜି ବିଲମ୍ଭିତ ରାତି ସୁଦ୍ଧା ସେମାନେ କୋଲକାତାରେ ପହଞ୍ଚିବାର ସମ୍ଭାବନା ରହିଛି। ବର୍ତ୍ତମାନ ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ୨୬ ଏନଡିଆରଏଫ ଟିମ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଉ ୧୦ଟି ଟିମ ସେମାନଙ୍କ ସହ ସାମିଲ ହେଲେ ମୋଟ ୩୬ଟି ଟିମ ଅମ୍ଫନ ମହାବାତ୍ୟା ଯୋଗୁଁ ଖ୍ୟାତିଗ୍ରସ୍ତ ୬ଟି ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.