Home ଜିଲ୍ଲା ପରିକ୍ରମା ୱାନ୍ ଷ୍ଟପ୍ ସେଣ୍ଟରର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ୱାନ୍ ଷ୍ଟପ୍ ସେଣ୍ଟରର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ

25

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଫେଲୋସିପ୍‌’ ଦ୍ୱାରା ପରିଚାଳିତ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ତୃତୀୟ ବାର୍ଷିକ ପ୍ରତିଷ୍ଠା ସମାରୋହ ଆଜି ସେଣ୍ଟର ସଭାଗୃହରେ ପଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ‘ଡାଲ୍‌ସା’ ସେକ୍ରେଟାରୀ ସମାପିକା ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ଚରଣ ଦାସ, ର୍ପୂବତନ ପ୍ରଶାନିକ ଅଧିକାରୀ ପଦ୍ମନ ରାୟ, ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ସେଣ୍ଟର ଆଡମିନିଷ୍ଟ୍ରେଟର ପୁଷ୍ପାଞ୍ଜଳି ବେହେରା, ରାଧାରାଣି ମହପ।।ତ୍ର, ବିଧିବକ୍ତା ଅମର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ସମାଜରେ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଘରୋଇ ହିଂସା, ନିର୍ଯାତନା, କିଶୋରୀ ବାଳିକା ନାବାଳିକାଙ୍କ ବିଭିନ୍ନ ପ୍ରକାରର ନିର୍ଯାତନାର କିପରି ସମାଧାନ କରାଯାଇ ପାରିବ ସେ ସମ୍ପର୍କରେ ଅତିଥିମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସେଣ୍ଟର ଆଡ୍‌ମିନିଷ୍ଟ୍ରେଟର ପୁଷ୍ପାଞ୍ଜଳି ବେହେରା ‘ସଖୀ’ ସେଣ୍ଟରର ଲକ୍ଷ୍ୟ, କାର୍ଯ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ୨୦୧୯ ମସିହାରୁ ଭଦ୍ରକରେ କାର୍ଯ୍ୟକ୍ଷମ ହୋଇଥିବା ଏହି ସଂସ୍ଥା ମାଧ୍ୟମରେ ମୋଟ କେତେ ଗୋଟି ମାମଲାର ସମାଧାନ ହୋଇଛି, ଏ ଦିଗରେ ପ୍ରଶାସନ, ପୁଲିସର ସହଯୋଗ, ବିଧିବକ୍ତାଙ୍କ ପରାମର୍ଶ ସହିତ ସେଣ୍ଟର କାଉନେସଲର ମାନଙ୍କ ଭୂମିକା ସମ୍ପର୍କରେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମହାନ୍ତି ଅବତାରଣା କରିଥିଲେ । କାର୍ଯ୍ୟକ୍ରମକୁ ୱାନ୍ ଷ୍ଟପ ସେଣ୍ଟରର କର୍ମକଚାରୀ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.