Home ଜିଲ୍ଲା ପରିକ୍ରମା ୱାକଫ୍ ସଂଶୋଧନ ବିଲ୍‌କୁ ପ୍ରତ୍ୟାହାର ଦାବି କଲା ଭଦ୍ରକ ମୁସଲିମ୍ ଜମାତ

ୱାକଫ୍ ସଂଶୋଧନ ବିଲ୍‌କୁ ପ୍ରତ୍ୟାହାର ଦାବି କଲା ଭଦ୍ରକ ମୁସଲିମ୍ ଜମାତ

43

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୱାକଫ୍ ସଂଶୋଧନ ବିଲ ୨୦୨୫ କୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଆଜି ଭଦ୍ରକ ମୁସଲିମ୍ ଜମାତ ପକ୍ଷରୁ ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଯାହାର କପି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସଂଖ୍ୟାଲଘୁ ବିଭାଗର ବିଭାଗୀୟ ମନ୍ତ୍ରୀ, ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରାଯାଇଛି। ଭଦ୍ରକ ମୁସଲିମ୍ ଜମାତର ଉପସଭାପତି ମହମ୍ମଦ ଜକାଉଲ୍ଲା, ସାଧାରଣ ସଂପାଦକ ହାଜି ସେକ୍ ଏନା ମହମ୍ମଦ, ଜମିଲ ଅଖତର ଖାନ୍‌, ଇଂ ରେଜାଏ ରସୁଲ, ହାଜି ଅବୁ ହୋସେନ, ଅଖତର ଅଲ୍ଲୀ ଖାନ, ପାରିଷଦ ସାହିଦ ଖାନ, ଜାବେଦ ଅଖତର ଖାନ, ସେକ୍ ଅବୁ କଲାମ, ମିଡିଆ ସେଲ୍‌ର ସଂଯୋଜକ ସେକ୍ ଅନୱାର ପ୍ରମୁଖ ଜିଲାପାଳ ଦିଲ୍ଲୀପ ରାଉତରାୟ ଓ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତଙ୍କୁ ଦେଇଥିବା ୪ ଦଫା ସମ୍ବଳିତ ଦାବିପତ୍ର ମୂଳେ ଉକ୍ତ ବିଲ୍‌କୁ ତୁରନ୍ତ ପ୍ରତ୍ୟାହୃତ କରିବାକୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.