Home ଜିଲ୍ଲା ପରିକ୍ରମା ୱାକଫ୍ ବିଲ୍ ସମର୍ଥନରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦସ୍ତଖତ ଅଭିଯାନ

ୱାକଫ୍ ବିଲ୍ ସମର୍ଥନରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦସ୍ତଖତ ଅଭିଯାନ

16

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର କଚେରୀ ବଜାର ପୁରୁଣା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୱାକଫ୍ ସୁଧାର ଜନ ଜାଗରଣ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇ ଭାରତ ସରକାର ୱାକଫ୍ ସୁଧାର ଆଣିବାରେ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହାକୁ ସ୍ୱାଗତ କରିଥିଲେ। ଏ ସଂପର୍କରେ ମନ୍ତ୍ରୀ ଶ୍ରୀ ସୁରଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ରରେ ଏହି ବିଲ୍ ପାସ୍ ହୋଇଥିବାରୁ ସମଗ୍ର ଭାରତବର୍ଷରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ୧୪୦ କୋଟି ଭାରତବାସୀ ଉପକୃତ ହେବେ। ଏଣୁ ଏହା ବିରୁଦ୍ଧରେ କେହି ସ୍ୱର ଉତୋଳନ କରୁନଥିବାବେଳେ କେବଳ କେତେକ କୁଚକ୍ରୀ ଗୋଷ୍ଠୀ ନିଜର ସ୍ୱାର୍ଥ ପାଇଁ ଏହାକୁ କେବଳ ମୁସଲମାନ ବିରୋଧୀ ବୋଲି କହି ହିନ୍ଦୁମାନେ ଏହାକୁ ଅକ୍ତିଆର କରିବା ମସୁଧାରେ ଥିବାର ଦର୍ଶାଇ ବିରୋଧ ପୂର୍ବକ ଉତେଜନା ସୃଷ୍ଟି କରୁଥିବାରୁ ଏଥିରୁ ନିବୃତ ରହିବାକୁ ସଚେତନ କରିଛନ୍ତି। ଯେତେବେଳେ ଦେଶର ପାର୍ଲାମେଂଟ ଏକ ବିଲ୍‌କୁ ଆଇନ୍‌ରେ ପରିଣତ କରୁଛି, ଏହି ପାର୍ଲାମେଂଟ ହେଉଛି ୧୪୦ କୋଟି ଭାରତୀୟମାନଙ୍କର ସ୍ୱର। ତେଣୁ ୱାକଫ୍ ବୋର୍ଡର ସଂପତି ହେଉ କି ଅନ୍ୟ ସଂପତି ହେଉ, ତାହା ଯେତେବେଳେ ଭାରତୀୟଙ୍କ କାର୍ଯ୍ୟରେ ଲାଗିବ, ସେତେବେଳେ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ଏହା ହିନ୍ଦୁ କି ମୁସଲିମ୍‌ଙ୍କର କାର୍ଯ୍ୟରେ ଲାଗିବ। ସେତେବେଳେ ଆମେ କେତେକ ସଂପତିକୁ କେବଳ ଧର୍ମ ଆଧାରରେ ଆମ ପକେଟରେ ପୁରାଇ ରଖିପାରିବା ନାହିଁ। ତେଣୁ ଯୁବମୋର୍ଚ୍ଚାର ଏଭଳି କାର୍ଯ୍ୟକୁ ସେ ସ୍ୱାଗତ କରିବା ସହ ଏଥିରେ ସାମିଲ ଥିବା ଜନସାଧାରଣଙ୍କୁ ପ୍ରଶଂସା କରିଥିଲେ। ବିଜେପି ଯୁବମୋର୍ଚ୍ଚା ଜିଲା ସଭାପତି ଦେବାଂଶୁ ରାଉତଙ୍କ ନେତୃତ୍ୱରେ ଆୟୋଜିତ ଏହି ଦସ୍ତଖତ ଅଭିଯାନରେ ବିଜେପି କାର୍ଯ୍ୟକର୍ତାଙ୍କ ମଧ୍ୟରେ ରଂଜିତା ସ୍ୱାଇଁ, ସୁରେଶ ସାମଲ, ବିଦ୍ୟାଧର ସାହୁ, ଦୁର୍ଗାପ୍ରସନ୍ନ ଦାସ, ସଂଜୀବ ଦାସ, ସୁଜିତ ପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.