ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୱାକଫ୍ ବିଲ୍କୁ ସମର୍ଥନ କରୁଥିବାରୁ ଆଜି ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ ବିଜେଡିର ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତ ପାତ୍ରଙ୍କ ବିରୁଦ୍ଧରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ରରେ ଉଲ୍ଲିଖିତ ଥିବା ପତ୍ର ଅନୁସାରେ ମହାନ୍ ଜନନାୟକ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯେଉଁଦିନ ଠାରୁ ବିଜେଡି ଦଳ ଗଠନ ହୋଇଥିଲା, ସେହିଦିନ ଠାରୁ ଆଜିପର୍ଯ୍ୟନ୍ତ ଏହି ଦଳ ସଂଖ୍ୟାଲଘୁ ସଂପ୍ରଦାୟ (ମୁସଲମାନ) ର ହିତ ପାଇଁ କାର୍ଯ୍ୟ କରିଆସୁଅଛି। ଏବଂ ଆଗାମୀ ଦିନରେ ମଧ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଆସ୍ଥା ଓ ବିଶ୍ୱାସକୁ ନେଇ କାର୍ଯ୍ୟ କରିବ ବୋଲି ତାଙ୍କର ଆଶା ଓ ବିଶ୍ୱାସ ରହିଛି। ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ବିଜେଡି ଦଳ ସର୍ବଦା କାର୍ଯ୍ୟ କରିଆସୁଥିବାବେଳେ ଗତକାଲି ୱାକଫ୍ ସଂଶୋଧନ ବିଲ୍ ୨୦୨୫ ରାଜ୍ୟସଭାରେ ଗୃହିତ ହେବା ସମୟରେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଭାବେ ବିଜେଡିର ଶ୍ରୀ ପାତ୍ର ନିଜସ୍ୱ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଦେଇଥିବା ମନ୍ତବ୍ୟ ଦୁଃଖଦାୟକ ଓ ଦୁର୍ଭାଗ୍ୟ ଜନକ ଅଟେ। ସଂଖ୍ୟାଲଘୁ ସଂପ୍ରଦାୟର ବିଶ୍ୱାସ ଭାଜନ ପରିବର୍ତେ ଏଭଳି ବ୍ୟକ୍ତିଗତ ମନ୍ତବ୍ୟ ବିଜେଡି ଦଳର କ୍ଷତି ପହଂଚାଇବ ବୋଲି ଶ୍ରୀ ସାମଲ ଅନୁଭବ କରୁଥିବାରୁ ଏ ସଂପର୍କରେ ପୁନବିର୍ଚାର ବିମର୍ଶ କରି ବିହିତ ପଦକ୍ଷେପ ଗ୍ରହଣ କଲେ ଦଳପାଇଁ ଏହା ସହାୟକ ହେବ ବୋଲି ସେ ଉକ୍ତ ପତ୍ରରେ ଆଶା ପ୍ରକଟ କରିଛନ୍ତି।
Home ଜିଲ୍ଲା ପରିକ୍ରମା ୱାକଫ୍ ବିଲ୍ ସଂଶୋଧନରେ ବିଜେଡିର ସସ୍ମିତ ପାତ୍ରଙ୍କ ମନ୍ତବ୍ୟ ଦୁଃଖଦାୟକ – ପ୍ରଫୁଲ୍ଲ ସାମଲ, ବିଜେଡି...