Home ଜିଲ୍ଲା ପରିକ୍ରମା ୰ ବୀରେନ ମିତ୍ର ଥିଲେ ବହୁବିଧ ବ୍ୟକ୍ତିତ୍ୱ

୰ ବୀରେନ ମିତ୍ର ଥିଲେ ବହୁବିଧ ବ୍ୟକ୍ତିତ୍ୱ

40

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୰ ବୀରେନ ମିତ୍ର ସ୍ୱାଇଁଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନୀହାରିକା ରାଉତ ଯୋଗଦାନ କରି ସ୍ୱର୍ଗତ ବୀରେନ ମିତ୍ର ଆଉ ଜଣେ କରୋନା ଯୋଦ୍ଧା ବୋଲି କହିଥିଲେ । ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ଚଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ୰ ସ୍ୱାଇଁଙ୍କୁ ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ବୋଲି କହିଥିଲେ । ଅନ୍ୟତମ ଅତିଥି ରୂପେ ଶ୍ରୀ ରତିକାନ୍ତ ବେହେରା ଯୋଗଦାନ କରି ୰ ସ୍ୱାଇଁ ନାଟକ, ସେବା ଓ ଖେଳର ଏକ ଅନୁପମ ସଙ୍ଗମ ଥିଲେ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବେହେରା ୰ ସ୍ୱାଇଁଙ୍କ ବିଭିନ୍ନ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ଶିକ୍ଷାବିତ୍ ଶ୍ରୀ ରମେଶ ଚନ୍ଦ୍ର ବେହୁରା ୰ ସ୍ୱାଇଁଙ୍କୁ ଜଣେ ପ୍ରକୃତ ବନ୍ଧୁ ବୋଲି କହିଥିଲେ । ଲିଙ୍ଗରାଜ ସ୍ୱାଇଁ, ସୁଧାକର ଧଳ, ନାରାୟଣ ଚନ୍ଦ୍ର ସାହୁ, ସଞ୍ଜୟ କୁମାର ମଜୁମଦାର, ଇଂ. ଲକୀମାଷ୍ଟର ସ୍ୱାଇଁ, ଶିକ୍ଷକ ଅଭିମନ୍ୟୁ ବେହେରା, ଏଲ. ଅମରଜିତ ସ୍ୱାଇଁ, କିଶୋର ବେହେରା, ଅରୁଣ କୁମାର ସ୍ୱାଇଁ, ଆଲୋକ ଲେଙ୍କା ପ୍ରମୁଖ ୰ ସ୍ୱାଇଁଙ୍କ ବ୍ୟକ୍ତିତ୍ୱକୁ ଆଲୋଚନା କରି ସେମାନଙ୍କ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ବାର୍ତ୍ତା ରଖିଥିଲେ । ସଭାପତି ଭାବେ ଡ. ମନ୍ମଥ କୁମାର ରାଉଳ ଯୋଗଦାନ କରି ୰ ସ୍ୱାଇଁ ଜଣେ ବହୁବିଧ ବ୍ୟକ୍ତିତ୍ୱର ଅଧିକାରୀ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଟିଲୋ ଆଥଲେଟିକ ଆସୋସିଏସନ ତରଫରୁ ଏକ ଶୋକବାର୍ତ୍ତା ୰ ସ୍ୱାଇଁଙ୍କ ପୁତ୍ର ଚିରଞ୍ଜିବୀ ସ୍ୱାଇଁଙ୍କୁ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ୰ ସ୍ୱାଇଁଙ୍କର ଫୁଲବାଣୀସ୍ଥିତ ତାଙ୍କ ଚାକିରି ସ୍ଥାନରେ ହୃଦଘାତରେ ମହାପ୍ରୟାଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.