Home ଜିଲ୍ଲା ପରିକ୍ରମା ୰ ପାର୍ବତୀ ବିଶ୍ୱାଳ ଥିଲେ ପ୍ରତିଭାର ପ୍ରକାଶିତ ପ୍ରଭା

୰ ପାର୍ବତୀ ବିଶ୍ୱାଳ ଥିଲେ ପ୍ରତିଭାର ପ୍ରକାଶିତ ପ୍ରଭା

51

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ତୃପ୍ତିପ୍ଲାଜାଠାରେ ୰ ପାର୍ବତୀ ବିଶ୍ୱାଳଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ତଥା ଉଦ୍‌ଘାଟକ ଭାବେ ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦାନ କରି ୰ ପାର୍ବତୀ ବିଶ୍ୱାଳ ଜଣେ ପ୍ରତିଭାର ପ୍ରକାଶିତ ପ୍ରଭା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଭଦ୍ରକର ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଯୋଗଦାନ କରି ୰ ପାର୍ବତୀ ବିଶ୍ୱାଳ ଜଣେ ଅନନ୍ୟା ସମ୍ମାନସ୍ପଦା ମହିଳା ଥିଲେ ବୋଲି କହିଥିଲେ । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବ୍ୟୋମକେଶ ରାୟ ଯୋଗଦାନ କରି ଜଣେ ଭଲ ମଣିଷ ଆମ ସମାଜରୁ ଚାଲିଗଲେ ବୋଲି ମତବ୍ୟକ୍ତ କରିଥିଲେ । ବାସୁଦେବପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦାନ କରି ୰ ପାର୍ବତୀ ବିଶ୍ୱାଳ ଏକାଧାରରେ ଜଣେ ସୁଶିକ୍ଷୟିତ୍ରୀ ଓ କବୀ ଥିଲେ ବୋଲି କହିଥିଲେ । ଭଦ୍ରକର ମାନ୍ୟବର ବିଧାୟକ ଶ୍ରୀ ସଂଜୀବ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରି ସମାଜ ଜଣେ ଭଲ ମଣିଷକୁ ହରାଇଲା ବୋଲି କହିଥିଲେ । ଭଦ୍ରକ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ମାନସ କୁମାର ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ସ୍ୱାଇଁ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ସ୍ମୃତିଅର୍ଘ୍ୟ ଅର୍ପଣ କରିଥିଲେ । ଏହି ଅବସରରେ “ପ୍ରଣମ୍ୟା ପାର୍ବତୀ” ସ୍ମରଣିକା ପୁସ୍ତକ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ବହୁ ସଂଖ୍ୟକ ସାରସ୍ୱତ ସାଧକ, ବୁଦ୍ଧିଜୀବୀ ଯୋଗଦାନ କରି ୰ ପାର୍ବତୀ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ । ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ଅଜୟ ନାୟକ, ବସନ୍ତ ମିଶ୍ର, ଗଗନ ବିହାରୀ ରାଉତ, ରୁଦ୍ରମାଧବ ବାରିକ, ଡ. ହରିହର ନାୟକ, ସଂଗ୍ରାମ ଆଚାର୍ଯ୍ୟ, ପ୍ରଭାତ ନଳିନୀ ମହାପାତ୍ର, ଅଭୟ ସୂତାର ଓ ମଦନ ମୋହନ ମଲ୍ଲିକ ପ୍ରମୁଖ ୰ ପାର୍ବତୀ ବିଶ୍ୱାଳଙ୍କର ବ୍ୟକ୍ତିଗତ ଜୀବନ ଓ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା ସଫଳତାର ସହିତ ସଭା ପରିଚାଳନା କରିଥିଲେ । ଶ୍ରୀ ବିଜୟ ବହଳୀ ବେଦପାଠ କରିଥିବାବେଳେ, ଶ୍ରୀ ଅତିସ କୁମାର ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସଭା ପରିଚାଳନା କରିଥିଲେ । ଶ୍ରୀ ରତିକାନ୍ତ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ୰ ପାର୍ବତୀ ବିଶ୍ୱାଳଙ୍କ ପୁତ୍ର ପ୍ରୀତିରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.