Home ଜିଲ୍ଲା ପରିକ୍ରମା ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ

64

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ସହକାରୀ ଦୌରାଜଜ୍ ତଥା ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ଅବକାଶ ଚୌଧୁରୀ ଏହି ଜିଲାର ବାସୁଦେବପୁର ସିଙ୍ଗିଡା ଗ୍ରାମର ଅଭିଯୁକ୍ତ ଇମ୍ରାନ୍ ଖାଁ ଓରଫ ଫେଦା କୁ ଦଫା ୩୭୬ ରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନସ୍ଥ ରଘୁନାଥପୁର ଗ୍ରାମର ଜନୈକା ମହିଳା ସପରିବାର ଘରେ ରହୁଥିବାବେଳେ ତାଙ୍କ ସ୍ୱାମୀ ଜୀବିକା ନିର୍ବାହ କରିବାକୁ ବାହାରେ ରହନ୍ତି । ଏହାର ସୁଯୋଗ ନେଇ ଗତ ୨୦୧୬ ମସିହାରେ ସେହି ଗ୍ରାମର ଇମ୍ରାନ୍ ଖାଁ ଓରଫ ଫେଦା ତାଙ୍କୁ ଛୁରୀ ଦେଖାଇ ବଳପୂର୍ବକ ତାଙ୍କ ଇଚ୍ଛା ବିରୁଦ୍ଧରେ ବଳତ୍କାର କରିଥିଲା । ଏହି ବିଷୟ ପୀଡିତାଙ୍କ ସ୍ୱାମୀ ଜାଣିବା ପରେ ଗତ ୨୦୦୬ ମଇ ୨୩ ରେ ପୀଡିତାଙ୍କୁ ତାଙ୍କ ପିତ୍ରାଳୟ ସିଙ୍ଗିଡା ଗ୍ରାମରେ ନେଇ ଛାଡିଦେଇଥିଲେ । ତା’ ପରଦିନ ଅଭିଯୁକ୍ତ ସେଠାରେ ପହଞ୍ôଚ ପୀଡିତାଙ୍କୁ ଧର୍ଷଣ କରିବାକୁ ଉଦ୍ୟମ କରିବାରୁ ଏ ନେଇ ବାସୁଦେବପୁର ଥାନାରେ ସଂପୃକ୍ତ ମହିଳା ଏକ ଅଭିଯୋଗ କରିବା ପରେ ଥାନା କେଶ୍ ନଂ ୧୮୬/୧୬, ଦଫା ୩୭୬ / ୫୦୬ , ଯାହାକି କୋର୍ଟରେ ଏସ୍‌ଟି ନଂ ୧୯୬/୨୮/୧୬ ମୂଳେ ବିଚାରାଧୀନ ଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ କରି ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ ୩୭୬ / ୫୦୬ ଦଫାରେ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ପୀଡିତାଙ୍କ ପକ୍ଷରୁ ସରକାରୀ ଓକିଲ ଜିତେନ୍ଦ୍ର କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.