Home ଜିଲ୍ଲା ପରିକ୍ରମା ୰ଭାସ୍କର ଚନ୍ଦ୍ର ସାହୁ ଥିଲେ ଜଣେ ଆଦର୍ଶ ଶିକ୍ଷକ

୰ଭାସ୍କର ଚନ୍ଦ୍ର ସାହୁ ଥିଲେ ଜଣେ ଆଦର୍ଶ ଶିକ୍ଷକ

28

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଗଣିଜାଙ୍ଗ ପଚାଂୟତ ନାରାୟଣପୁର ଗ୍ରାମର ଆଦର୍ଶ ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଶ୍ରୀକାନ୍ତ ପଣ୍ଡାଙ୍କ ମଚଂ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନରେ ପ୍ରତିଷ୍ଠିତ ସାହିତ୍ୟିକ ଜଗନ୍ନାଥ ପାତ୍ର ସଭାରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଗୋଷ୍ଠି ଶିକ୍ଷାଧିକାରୀ ଚର୍ତୁଭୂଜ ପହି, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ଜାତୀୟ ପୁରଷ୍କାରପ୍ରାପ୍ତ ଶିକ୍ଷକ ଶଶି ଶେଖର କରଶର୍ମା, ବନ୍ତ ଓଷ୍ଟା ସମ୍ପାଦକ ସନ୍ତୋଷ କୁମାର ଜେନା, ଶିକ୍ଷକ ରମାକାନ୍ତ ଜେନା ପ୍ରମୁଖ ସ୍ୱର୍ଗତଃ ସାହୁଙ୍କ ବହମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭୟ କୁମାର ପ୍ରଧାନ, ବିମଳ କୁମାର ଦାଶ, ରାହିତ କୁମାର ଜେନା, ନିରଞ୍ଜନ ରଣା, ସିଦ୍ଧେଶ୍ୱର ପଣ୍ଡା, ଗୋପିନାଥ ପଣ୍ଡା, ରତିଶ କୁମାର ଜେନା, ବାଉଲି ଚରଣ ଜେନା, ସୁଦର୍ଶନ ଜେନା, ଅଭିମନ୍ୟୁ ପ୍ରଧାନ, ଉପେନ୍ଦ୍ର ମିଶ୍ର, ବିନୋଦ କୁମାର ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପରିବାରର ଆତ୍ମୀୟ ସ୍ୱଜନ ଗଣେଶ ପ୍ରସାଦ ସାହୁ, ବିଷ୍ଣ ମୋହନ ସାହୁ, ଦିନବନ୍ଧୁ ପୃଷ୍ଟି, ବିଜୟ କୁମାର ସାହୁ, ବାଦଲ କୁମାର ପୃଷ୍ଟି, ସାଇ ଆଲୋକ ସାହୁ ସହଯୋଗ କରିଥିଲେ । ପ୍ରାରମ୍ଭରେ ଅତିଥି ମାନେ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ନିରବ ପ୍ରାର୍ଥନା କରା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.