ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚାନ୍ଦବାଲି ବ୍ଲକ ତୋଟାପଡା ପଂଚାୟତ ହଳଦିଆ ଗ୍ରାମରେ ମଧୁ ପାର୍ବଣ ମା ବାସନ୍ତୀ ଦୁର୍ଗା ପୂଜା ମହା ସମାରୋହରେ ପାଳନ କରାଯାଉଛି। କନିକା ରାଜାଙ୍କ ସମୟରେ ୧୯୩୫ ମସିହାରେ ଆରମ୍ଭ ହୋଇଥିବା ପୂଜା ଆଜି ୯୧ ବର୍ଷରେ ପଦାର୍ପଣ କରିଛି। ପ୍ରଜାମେଳିର ମୁଖ୍ୟ ସ୍ୱର୍ଗତ ଚକ୍ରଧର ବେହେରା ହଳଦିଆ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ପୂଜା ଆରମ୍ଭ ହୋଇଥିଲା। ବୁଧବାର ଦିନ ମାଙ୍କ ପୀଠରେ ମହା ସପ୍ତମୀ ପୂଜା, ଗୁରବାର ମହାଷ୍ଟମୀ,ଶୁକ୍ରବାର ମହାନବମୀ ପୂଜା ଅନୂଷ୍ଠିତ ହେବା ସହ ଶନିବାର ଦିନ ଦଶହରା ପୂଜା ଶେଷ ହେବା ସହ ମାଙ୍କ ପ୍ରତିମା ବିସର୍ଜନ କରାଯିବ। ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା ବେଳେ ଏହି ପୁଜା ମଣ୍ଡପ ନିକଟରେ ସୁସଜ୍ଜିତ ତୋରଣ ସହିତ ଆଲୋକମାଳା ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରୁଛି। ଏହି ପୂଜା ଦେଖିବା ପାଇଁ ନରେନ୍ଦ୍ରପୁର, ହଳଦିଆ, ତୋଟାପଡା, ଗୋପିନାଥପୁର ପଂଚୁଟିକ୍ରି ବାଂଶଡା ଆଦି ଅଂଚଳରୁ ବହୁ ଭକ୍ତ ସମାଗମ ହେଉଥିବା ଦୃଷ୍ଟି ଗୋଚର ହୋଇଛି । ଚଳିତ ବର୍ଷ ସ୍ୱର୍ଗତ ଚକ୍ରଧର ବେହେରାଙ୍କ ପୁତ୍ର ଧିରେନ୍ଦ୍ର ବେହେରା , ହଳଦିଆ ଗ୍ରାମବାସିଙ୍କ ସହଯୋଗ ସମେତ କାର୍ଯ୍ୟ କମିଟି ଓ ସାଧାରଣ କମିଟିର କର୍ମକର୍ତା ସହଯୋଗରେ ପୂଜା ଟି ଧୁମଧାମରେ ଚାଲୁଅଛି।







