Home କେନ୍ଦୁଝର ୯ବର୍ଷ ହେଲା ଭାଙ୍ଗି ପଡିଛି ଅଢ଼େଇଦ୍ୱାର ପୋଲ, ଦୁର୍ଦ୍ଦଶା ଭୋଗୁଛନ୍ତି ଦୁଇଶହ ପରିବାର

୯ବର୍ଷ ହେଲା ଭାଙ୍ଗି ପଡିଛି ଅଢ଼େଇଦ୍ୱାର ପୋଲ, ଦୁର୍ଦ୍ଦଶା ଭୋଗୁଛନ୍ତି ଦୁଇଶହ ପରିବାର

84

ହାଟଡ଼ିହି, ୧୭ । ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ରାଜ୍ୟ ସରକାର ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି କରଣ ପାଇଁ ଯୋଜନା ପରେ ଯୋଜନା ମାନ କରୁଥିବାବେଳେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଅଢ଼େଇଦ୍ୱାର ଗ୍ରାମଟି ଏହି ଯୋଜନାରୁ ବାଦ ପଡିଛି । ଆଠବର୍ଷ ହେଲା ଭାଙ୍ଗିପଡିଥିବା ପୋଲ ପାଇଁ ଗାଁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶ ଭୋଗୁଥିବାବେଳେ ଏହି ଠାରେ ଜଣେ ଅଙ୍ଗନବାଡି ଶିଶୁ ଭାଷିଯିବା ଘଯଣାରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ଗ୍ରାମରେ ୨ଶହରୁ ଉର୍ଦ୍ଧ ପରିବାରର ୧୫ଶହ ଲୋକ ବସବାସ କରୁଥିବାବେଳେ ଗାଁକୁ ଯାତୟାତ ପାଇଁ ସବୁଦିନିଆ ରାସ୍ତା ଖଣ୍ଡିଏ ନାହିଁ । ଯେଉଁ ରାସ୍ତାଟି ଥିଲା ତାହା ଗତ ୨୦୧୧ ବନ୍ୟା ସମୟରେ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଛି । ଗାଁ ସହ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ମଝିରେ ଥିବା ପୋଲଟି ୨୦୧୧ରେ ଭାଙ୍ଗିଯିବା ପରେ ପୋଲ ନିର୍ମାଣ ହେଉ ନଥିବାରୁ ବର୍ଷାଦିନେ ଗାଁ ଲୋକମାନେ ବାହାରକୁ ବାହାରି ପାରୁ ଦାହାନ୍ତି । ଏପରିକି ରୋଗୀଟିଏକୁ ଡାକ୍ତରଖାନା ନେବାକୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଗର୍ଭବତୀ ପ୍ରସୁତୀ ମହିଳାମାନଙ୍କ କଥା ନକହିବା ଭଲ । ଆମ୍ବୁଲାନସ କି ଦମକଳଟିଏ ବର୍ଷାଦିନେ ଗାଁ ଭିତରକୁ ଯାଇ ପାରୁନଥିବାରୁ କିଏ ଖଟିଆରେ କିଏ ଭାରକରି ରୋଗୀଙ୍କୁ ମୁଖ୍ୟ ରାସ୍ତାକୁ ଆଣିବାପରେ ଡାକ୍ତରଖାନା ନେଉଛନ୍ତି । ଅଙ୍ଗନବାଡି ଓ ସ୍କୁଲ ଛୁଆମାନେ ଅଣ୍ଟେ ପାଣିରେ ପସି ସ୍କୁଲ ଯାଉଥିବାବେଳେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । କେନ୍ଦୁଝର ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଆନନ୍ଦପୁର ବିଧାୟକ ଅନେକଥର ଏହି ଗ୍ରାମକୁ ଯାଇ ଲୋକଙ୍କ ଅସୁବିଧାକୁ ସ୍ୱଚକ୍ଷୁରେ ଦେଖିବାପରେ ତୁରନ୍ତ ପୋଲ ନିର୍ମାଣ କରାଯାଇ ସବୁଦିନିଆ ରାସ୍ତା କରିବାକୁ ପ୍ରତିଶୃତି ଦେଇଥିଲେବି ଆଜି ପର‌୍ୟ୍ୟନ୍ତ କିଛି ସୁଫଳ ମିଳିଲା ନାହିଁଁ । ଏନେଇ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନକୁ ଗୁହାରୀ କରୁଥିଲେ ମଧ୍ୟ କେହି ଶୁଣୁ ନଥିବା ସୁବାସ ବେହେରା, ମଦନ ସ୍ୱାଇଁ, ଅନାମ ସାହୁ, ରତ୍ନାକର ବିଶ୍ୱାଳ, ନିରାକାର ରାଉତ, ସୁରେଶ ବେହେରା, ରଘୁନାଥ ସା, ମୋହନ ସ୍ୱାଇଁ, ନିରଞ୍ଜନ ମିଶ୍ର, ସୁଧାଶୁଂ ଦୋରା, ଚନ୍ଦନ କୁମାର ସା ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗତ ଦୁଇଦିନ ହେଲା ଲଗାଣବର୍ଷା ଲାଗି ରହିବାରୁ ଘୋଷରାପୋଲ ଉପରେ ଚାରିଫୁଟ ଉଚ୍ଚର ପାଣି ପ୍ରବାହିତ ହେବାଦ୍ୱାରା ଗ୍ରାମବାସୀମାନେ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.