Home ଜିଲ୍ଲା ପରିକ୍ରମା ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ୧ କ୍ୱିଣ୍ଟାଲ ୨୦ କିଲୋର ନକଲି ଜର୍ଦ୍ଦା ଜବତ, ଜଣେ...

୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ୧ କ୍ୱିଣ୍ଟାଲ ୨୦ କିଲୋର ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

58

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୁଲିସ୍ ପକ୍ଷରୁ ପୁରୁଣାବଜାର ଅଂଚଳରେ ଚଢାଉ କରାଯାଇ ନାମୀ ଦାମୀ ବ୍ରାଣ୍ଡର ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ୧ କ୍ୱିଣ୍ଟାଲ ୨୦ କିଲୋ ନକଲି ଜର୍ଦ୍ଦା, ୪୮ ଶହ ଡବା ଜବତ କରିଥିବାବେଳେ ଜଣକୁ ଗିରଫ କରିଛି ପୁଲିସ୍। ପୁଲିସ୍ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀଙ୍କ ସୂଚନା ଅନୁସାରେ ପୁରୁଣାବଜାର ଅଂଚଳରେ ନକଲି ଜର୍ଦ୍ଦା ତିଆରି ଓ ବିକ୍ରି ନେଇ ଖବର ମିଳିଥିଲା। ପରେ ଭଦ୍ରକ ପୁଲିସ୍ ଏକ ଟିମ୍ ଗଠନ କରି ପୁରୁଣାବଜାର ଥାନା ଅଧୀନ କାଜିମହଲାରେ ଚଢାଉ କରିଥିଲା। ଲାଲଟୁ ଓରଫ ସେକ୍ ଅବଦୁଲ କମାର ଦୋକାନ ଓ ଘରେ ରେଡ୍ କରିବା ସମୟରେ ୨୨ ଟି ବ୍ୟାଗ୍‌ରେ ବିଭିନ୍ନ ବ୍ରାଣ୍ଡର ୪୮ ଶହ ଡବା ନକଲି ଜର୍ଦ୍ଦା ଜବତ ହୋଇଥିଲା। ଏହାସହ କନକ ଓ ବାବା ବ୍ରାଣ୍ଡର ୭୦ କିଲୋ ପ୍ୟାକେଟ୍ ଜର୍ଦ୍ଦା ଓ ୫୦ କିଲୋ ଖୋଲା ଜର୍ଦ୍ଦା ମିଳିଛି। ୮ କାର୍ଟୁନ ପେପର, ରିଂ ଟିନ ପ୍ଲେଟ୍ ଜବତ ହୋଇଛି। ୨୦ କିଲୋ ପିପରର୍ମିଣ୍ଟ, ୪ ବ୍ୟାଗ୍ ଜର୍ଦ୍ଦା କେମିକାଲ, ୧୧ ସହ ୮ ଲିଟର ଲିକୁଇଡି କେମିକାଲ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ସମସ୍ତ ଜବତ ସାମଗ୍ରୀର ମୂଲ୍ୟ ୮ ରୁ ୧୦ ଲକ୍ଷ ହେବ ବୋଲି ପୁଲିସ୍ ସୂଚନା ଦେଇଛି। ତେବେ ଏହି ଘଟଣାରେ ସେକ୍ ଅବଦୁଲ କମାରକୁ ପୁଲିସ୍ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.