Home Coronavirus Outbreak ୮୫୬ରେ ପହଞ୍ଚିଲା ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା

୮୫୬ରେ ପହଞ୍ଚିଲା ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା

188

ବାଲେଶ୍ୱର, ୨୭ା୭ (ଓଡ଼ିଆ ପୁଅ/ଅଭୟ ଦାସ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ଲକ୍ଷ ୩୬ହଜାର ୦୨୫ ଛୁଇଁଥିବା ବେଳେ ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୩୨ ହଜାର ୮୧୨ରେ ପହଞ୍ଚିଛି। ଅନୁରୂପ ଭାବେ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧, ୫୦୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ସହ ରାଜ୍ୟରେ ଅଦ୍ୟାବଧି କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୧୪୭ରେ ପହଞ୍ଚିଛି। ସେହିଭଳି ବାଲେଶ୍ୱରରେ ମଧ୍ୟ ଗତ କିଛିଦିନ ଧରି କରୋନା ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇବା ସହ ଜିଲ୍ଲା ପାଇଁ ସଙ୍ଗୀନ ସ୍ଥିତି ସୃଷ୍ଟି କରିଛି। ଆଜି ୧୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫୬ରେ ପହଞ୍ଚିଛି। ଅଦ୍ୟାବଧି ୬୪୫ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୨୦୭ ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ କିଚିତ୍ସା କରାଯାଉଛି। ଅନ୍ୟପକ୍ଷରେ ଆଜି ନୂଆ ଭାବେ ଚିହ୍ନଟ ହୋଇଥିବା ୧୯ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ୭ ଜଣ ଥିବାବେଳେ ଅନ୍ୟ ୧୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ତନ୍ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିବା ବାହାର ରାଜ୍ୟ ଫେରନ୍ତା ବାଲେଶ୍ୱର ପୌରାଞ୍ଚଳ ଅଙ୍ଗାରଗଡ଼ିଆର ଜଣେ ପୁରୁଷ, ନୀଳଗିରି ସିଆଡ଼ିମାଳର ଜଣେ ମହିଳା, ସିମୁଳିଆ କାଳସଣାର ଜଣେ ଯୁବକ, ସୋର ଗୁଡ଼ୁ ଅଞ୍ଚଳର ଜଣେ ଯୁବକ, ବସ୍ତା ବଧନାରୁ ଜଣେ ଯୁବକ ଓ ବାଲେଶ୍ୱରର ଟିଏମସିରେ ଥିବା ମୟୁରଭଂଜ ଅଞ୍ଚଳର ଜଣେ ଯୁବକ ଅଛନ୍ତି। ସେହିପରି ୧୨ ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ରେମୁଣା କଣ୍ଟାବଣିଆ ଅଞ୍ଚଳର ୮ଜଣ ଥିବା ବେଳେ ବାଲେଶ୍ୱର ପୌରାଞ୍ଚଳର ୩ ଜଣ ଓ ଔପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରେ କରୋନା କରୋନା ପଜିଟିଭ୍ ଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ସମସ୍ତ ସ୍ଥାନୀୟ ସଂକ୍ରମିତ ପୂର୍ବ କରୋନା ପିଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି। ତେବେ ବାଲେଶ୍ୱର ଜିଲ୍ଲାରେ ଗତ ଦୁଇସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅତିମାତ୍ରାରେ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। କ୍ରମବର୍ଦ୍ଧିଷ୍ଣୁ ହାରରେ ବଢ଼ୁଥିବା ସଂକ୍ରମଣ ସ୍ଥିତିରେ ଆସନ୍ତା ଅଗଷ୍ଟ ମାସରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ଅଧିକ ହେବା ନେଇ ଆଶଙ୍କା ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.