Home ଜିଲ୍ଲା ପରିକ୍ରମା ଭାରତ ବିକାଶ ପରିଷଦ ପକ୍ଷରୁ କରୋନା ପ୍ରତିଷେଧକ ପାଇଁ ହୋମିଓପାଥିକ୍ ଔଷଧ ବଣ୍ଟନ

ଭାରତ ବିକାଶ ପରିଷଦ ପକ୍ଷରୁ କରୋନା ପ୍ରତିଷେଧକ ପାଇଁ ହୋମିଓପାଥିକ୍ ଔଷଧ ବଣ୍ଟନ

114

ପୁରୀ ୨୭-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ତରଫରୁ ବଳଗଣ୍ଡି ରାୟବାହାଦୂର ଲେନ୍‌ ଅଧିବାସୀମାନଙ୍କୁ କୋରନା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ, ଆଟେସେନିକ୍ ଆଲବମ୍ ୩୦ ସି ବଟାଂ ଯାଇଥିଲା। ଏଥି ସହିତ ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଜାଇ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ସମ୍ବନ୍ଧରେ ସଚେତନ କରାଯାଇଥିଲା। ଡଃ ନବକିଶୋର ମହାପାତ୍ର ବରିଷ୍ଠ ସଦସ୍ୟା ଗିତାଞ୍ଜଳୀ ସାମନ୍ତରାୟଙ୍କ ସଞ୍ଜୋଜନାରେ ପ୍ରାନ୍ତିୟ ସଂଗଠନ ସଚ୍ଚିବ ସୌମେନ୍ଦ୍ର ଦାସ, ଶାଖା ସଚ୍ଚିବ ସୁପ୍ରିତୀ ରଥ, ଗୌରାଙ୍ଗ ମିଶ୍ର, ଆଇନଜୀବି ଲାଲା ଅନନ୍ତ କୁମାର ସିଂହ, ରାଷ୍ଟ୍ରୀୟ ସଚ୍ଚିବ ପୂର୍ଣ୍ଣଚନ୍ଦ୍ର ଖୁଟିଂଆ, ଜଗଦିଶ ଆଚାର୍ଯ୍ୟ, ଗୁଜଦେବ ମହାପାତ୍ର ରାମଚନ୍ଦ୍ର ଦଳାଇ, ପତିତପାବନ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.