Home Coronavirus Outbreak ୮୪ ନମ୍ବର ରୁ ୯୦ ନମ୍ବର କରୋନା ଆକ୍ରାନ୍ତଙ୍କ ବିବରଣୀ

୮୪ ନମ୍ବର ରୁ ୯୦ ନମ୍ବର କରୋନା ଆକ୍ରାନ୍ତଙ୍କ ବିବରଣୀ

601

ଭୁବନେଶ୍ବର ୨୬-୪ (ଓଡ଼ିଆ ପୁଅ) : ୮୪ ନମ୍ବରରୁ ୮୭ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜଣାଇଛନ୍ତି ରାଜ୍ୟ ସରକାର। ସେମାନେ ହେଉଛନ୍ତି ଯାଜପୁର ଜିଲ୍ଲାର।
୮୪ ନମ୍ବର ଆକ୍ରାନ୍ତ –
୭୦ ବର୍ଷର ବୃଦ୍ଧା। ୭୪ନଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ଯାଜପୁର ଦଶରଥପୁର କୋଡ଼େଇବାଟିରେ ଘର। କୌଣସି ଲକ୍ଷଣ ନାହିଁ। ହେଲେ ରିପୋର୍ଟ ପଜିଟିଭ୍। ୨୨ ମାର୍ଚ୍ଚ ରୁ ୨୦ ଏପ୍ରିଲ ପର୍ଯ୍ୟନ୍ତ ଘରେ ଥିଲେ। ୨୧ ଏପ୍ରିଲରୁ ୨୩ ଏପ୍ରିଲ ସରକାରୀ କ୍ୱାରେଣ୍ଟାଇନ୍ ରେ ଥିଲେ। ୨୩ ରେ ରିପୋର୍ଟ ପଡିଟିଭ୍ ଆସିଲା।


୮୫ ନମ୍ବର ଆକ୍ରାନ୍ତ –
୨୧ ବର୍ଷ, ପୁରୁଷ। ଯାଜପୁର ଜିଲ୍ଲା ବାସୁଦେବପୁର, ଯାହାନପୁରର। ଏହି ଆକ୍ରାନ୍ତ କୋଲକାତାରୁ ଅନ୍ୟ ଯାତ୍ରୀଙ୍କ ସହ ଘରକୁ ଫେରିଥିଲେ। ତାଙ୍କର କୌଣସି ଲକ୍ଷଣ ନ ଥିଲା କିନ୍ତୁ କୋଭିଡ୍‌ ଟେଷ୍ଟ ପଜିଟିଭ୍ ଆସିଛି। ବଡ଼ ବଜାର କୋଲକାତାରୁ ବାପାଙ୍କ ସାଥିରେ ଏକ ଭଡ଼ା ଗାଡ଼ିରେ ଆସିଥିଲେ। ତାଙ୍କ ସହିତ ଆଉ ଜଣେ ପାସେଞ୍ଜର ଆସିଥିଲେ। ୨୯ ମାର୍ଚ୍ଚରେ ବାସୁଦେବ ପୁରରେ ପହଁଚିଥିଲେ। ୨୯ ମାର୍ଚ୍ଚରୁ ୨୦ ଏପ୍ରିଲ ଘରେ ଥିଲେ। ୨୧ ଏପ୍ରିଲରୁ ୨୩ ଏପ୍ରିଲ ଏନ୍.ସି.କଲେଜ ଯାଜପୁରରେ କ୍ୱେରାଣ୍ଟାଇନ୍ ରେ ଥିଲେ। ଏବେ କଳିଙ୍ଗ ନଗର ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି।

୮୬ ନମ୍ବର ଆକ୍ରାନ୍ତ –
୪୮ ବର୍ଷ, ମହିଳା। ୭୩ ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ। ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଯାଜପୁର ଜିଲ୍ଲା ବାସୁଦେବପୁରର। ତାଙ୍କର କୌଣସି ଲକ୍ଷଣ ନ ଥିଲା କିନ୍ତୁ କୋଭିଡ୍‌ ଟେଷ୍ଟ ପଜିଟିଭ୍ ଆସିଛି। ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଘରେ ଥିଲେ। ୨୧ ଏପ୍ରିଲରୁ ୨୩ ଏପ୍ରିଲ ଏନ୍.ସି.କଲେଜ ଯାଜପୁରରେ କ୍ୱେରାଣ୍ଟାଇନ୍ ରେ ଥିଲେ। ଏବେ କଳିଙ୍ଗ ନଗର ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି।

୮୭ ନମ୍ବର ଆକ୍ରାନ୍ତ –
୮୦ବର୍ଷର ବୃଦ୍ଧ।। ୭୩ ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ। ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଯାଜପୁର ଜିଲ୍ଲା ବାସୁଦେବପୁରର। ତାଙ୍କର କୌଣସି ଲକ୍ଷଣ ନ ଥିଲା କିନ୍ତୁ କୋଭିଡ୍‌ ଟେଷ୍ଟ ପଜିଟିଭ୍ ଆସିଛି। ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଘରେ ଥିଲେ। ୨୧ ଏପ୍ରିଲରୁ ୨୩ ଏପ୍ରିଲ ଏନ୍.ସି.କଲେଜ ଯାଜପୁରରେ କ୍ୱେରାଣ୍ଟାଇନ୍ ରେ ଥିଲେ। ଏବେ କଳିଙ୍ଗ ନଗର ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି।


୮୮ ନମ୍ବର ଆକ୍ରାନ୍ତ –
ବୟସ ୩୬, ପୁରୁଷ। ପୂର୍ବରୁ ବାଲେଶ୍ବର ଜିଲ୍ଲାର ନେଳିଆବାଗ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୬୧ନଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି।୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଘରେ ଥିଲେ। ତାଙ୍କର କୌଣସି ଲକ୍ଷଣ ନ ଥିଲା କିନ୍ତୁ କୋଭିଡ୍‌ ଟେଷ୍ଟ ପଜିଟିଭ୍ ଆସିଛି। ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର।


୮୯ ନମ୍ବର ଆକ୍ରାନ୍ତ –
ବୟସ ୫୫, ମହିଳା। ପୂର୍ବରୁ ବାଲେଶ୍ବର ଜିଲ୍ଲାର ନେଳିଆବାଗ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୬୧ନଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି।୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଘରେ ଥିଲେ। ତାଙ୍କର କୌଣସି ଲକ୍ଷଣ ନ ଥିଲା କିନ୍ତୁ କୋଭିଡ୍‌ ଟେଷ୍ଟ ପଜିଟିଭ୍ ଆସିଛି। ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର।


୯୦ ନମ୍ବର ଆକ୍ରାନ୍ତ –

ରାଜ୍ୟର ୯୦ନଂ କରୋନା ସଂକ୍ରମିତ ବ୍ୟକ୍ତି ଭଦ୍ରକ ବାସୁଦେବପୁର ବ୍ରାହ୍ମଣଶାସନର ଜଣେ ୪୩ ବର୍ଷର ପୁରୁଷ। ଚଳିତ ମାସ ୧୬ ତାରିଖରେ କୋଲାକାତାରୁ ଫେରିଥିଲେ। ବାହାର ରାଜ୍ୟରୁ ଫେରିଥିବା କାରଣରୁ ତାଙ୍କ ନମୁନା ପରୀକ୍ଷା ହୋଇଥିଲା ଓ ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.