Home ଜିଲ୍ଲା ପରିକ୍ରମା ୮୦ ହଜାର ଟଙ୍କାର କାଠ ଜବତ ଜଣେ ଗିରଫ

୮୦ ହଜାର ଟଙ୍କାର କାଠ ଜବତ ଜଣେ ଗିରଫ

59

ନୟାଗଡ଼ ୨୫/୦୩/(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବନାଞ୍ଚଳରୁ କାଠ ଚୋରୀ ବନ୍ଧ ହେଉଥିବା ବେଳେ ବନସୁରକ୍ଷା ସମିତି ଅଧିନରେ ଥିବା କିଛି ଜଙ୍ଗଲରୁ କାଠ ଚୋରୀ ହେଉଥିବା ଖବର ମିଳିବା ପରେ ବନ ବିଭାଗ ତତ୍‌ତ୍ପର ହୋଇଉଠିଥିଲା। ରଣପୁର ରେ ସୁବ୍ରତ କୁମାର ବେହେରା ବନଞ୍ଚଳ ଅଧିକାରୀ ଭାବେ ଏନେଇ ଘୋର ଉଦବେଗ ପ୍ରକାଶ କରିଥିଲେ। ସମସ୍ତ କର୍ମଚାରୀ ଓ ଗୁପ୍ତଚର ମାନଙ୍କୁ ଲଗାଇ ଅନୁସନ୍ଧାନ ଜାରି ରଖିଥିଲେ। ବିଶେଷ ସୂତ୍ରରୁ ଖବର ପାଇଁ ମାର୍ଚ୍ଚ ୨୫ ତାରିଖ ସକାଳ ୧୦ ଘଟିକା ସମୟରେ ସୁରୁକାବାଡି ଗ୍ରାମରେ ଚଢାଉ କରିଥିଲେ।

ପ୍ରମୋଦ କୁମାର ତ୍ରିପାଠୀଙ୍କ ଘରେ ଚଢାଉ କରିବା ସମୟରେ ୩୦ କ୍ୟୁବିକ୍ ଫୁଟ୍ ଶାଗୁଆନ ସାଇଜ୍ କାଠ ଓ ଶାଳଗଣ୍ଡି ଜବତ କରିଥିବା ଜଣାପଡିଛି। ଯାହାର ଅନୁମାନିକ ମୁଲ୍ୟ ୮୦ ହଜାର ଟଙ୍କା ହେବବୋଲି ବନବିଭାଗ ସୂତ୍ରରୁ ସୂଚନା ମିଳିଛି। ବେଆଇନ ଚୋରା କାଠ ରଖିବା ଅଭିଯୋଗରେ ପ୍ରମୋଦ କୁମାର ତ୍ରିପାଠୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହି ଚଢାଉରେ ବନପାଳ କୈବଲ୍ୟ ବେହେରା, ସୁବ୍ରତ ହୋତା, ମେରିନା ଗିରି ଓ ବନସୁରକ୍ଷା ପୋଲିସବଳ ସାମିଲ୍ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.