Home Top News ୭୨ ବର୍ଷ ବୟସରେ ୩୬୦ କିଲୋମିଟର ସାଇକେଲରେ ଯାଇ କଲେ ଜଗନ୍ନାଥ ଦର୍ଶନ

୭୨ ବର୍ଷ ବୟସରେ ୩୬୦ କିଲୋମିଟର ସାଇକେଲରେ ଯାଇ କଲେ ଜଗନ୍ନାଥ ଦର୍ଶନ

103

ଯୋଡା, ୯ା୩ (ଓଡିଆ ପୁଅ/ସେକ୍ ଜାବିର ମହମ୍ମଦ) କରୋନା କଟକଣା ଯୋଗୁଁ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ଉପରେ ବିଭିନ୍ନ କଟକଣା ଲାଗିଥିବା ଫଳରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇ ଆସୁଥିଲେ। କଟକଣା କୋହଳ ହେବା ପରେ ଜଣେ ୭୨ ବର୍ଷ ବୟସ୍କ ବ୍ୟକ୍ତି ସାଇକେଲରେ ଯୋଡା ବ୍ଲକ ଜୁରୁଡିରୁ ସାଇକେଲରେ ଯାଇ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିଥିବା ଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଏହି ବୟସ୍କ ବ୍ୟକ୍ତି ଜଣେ ହେଲେ ଜୁରୁଡି ଅଞ୍ଚଳର ଚରଣ ବିଶ୍ୱାଳ। ଗତ ଫେବ୍ରୁଆରୀ ମାସ ୨୩ ତାରିଖରୁ ସେ ଜୁରୁଡିରୁ ସାଇକେଲରେ ବାହାରି ପ୍ରାୟ ୩୬୦ କିଲୋମିଟର ଅତିକ୍ରମ କରି ଆଠଦିନ ପରେ ୨ ତାରିଖ ପୁରୀରେ ପହଞ୍ଚି ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କରିବା ସହ ସେ ଭାବବିହ୍ୱଳ ହୋଇ ଉଠିଥିଲେ। ସେ ଜଣେ ଧର୍ମପରାୟଣ ବ୍ୟକ୍ତି ହୋଇଥିବା ବେଳେ ସେ ମହାପ୍ରଭୁ ଜଗନ୍ନାଥଙ୍କ ପରମଭକ୍ତ ଭାବେ ଅଞ୍ଚଳରେ ଜଣାଶୁଣା। କରୋନା କଟକଣା ସମୟରେ ମହାପ୍ରଭୁଙ୍କ ଦର୍ଶନରେ ପ୍ରତିବନ୍ଧକ ଥିବା ବେଳେ କଟକଣା ଖୋଲିଲେ ସେ ମହାପ୍ରଭୁଙ୍କୁ ସାଇକେଲରେ ଯାଇ ଦର୍ଶନ କରିବେ ବୋଲି ମାନସିକ କରିଥିଲେ। ଯାହା ତାଙ୍କ ମଧ୍ୟରେ ସାହସ ସଞ୍ଚାର କରିଥିଲା। ଦୀର୍ଘ ୮ ଦିନ ସାଇକେଲ ଚାଳନା କରି ବିଭିନ୍ନ ମନ୍ଦିର, ଗଛମୂଳେ ତାଙ୍କୁ ରାତ୍ରୀଯାପନ କରିବାକୁ ପଡିଥିଲା। ତେବେ ଏହି ଘଟଣାଟି ଶ୍ରୀ ବିଶ୍ୱାଳଙ୍କ ଜଗନ୍ନାଥଙ୍କ ପ୍ରତି ଥିବା ଅନାବିଳ ଭକ୍ତିଭାବ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି। ସେ ତାଙ୍କ ଜୁରୁଡି ସ୍ଥିତ ବାସଭବନରେ ପହଞ୍ଚିବା ପରେ ଅନେକ ଶ୍ରଦ୍ଧାଳୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.