ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ, ବିକାଶ ମୂଳକ କାର୍ଯ୍ୟକ୍ରମ ଏବଂ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଉପରେ ଆସ୍ଥା ପ୍ରକଟ କରି କେଦାରପୁର ପଂଚାୟତର ବିଜେପି ଓ କଂଗ୍ରେସ ଦଳ ଛାଡି ୭୦ ଜଣ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଏହି କର୍ମୀମାନେ ବସନ୍ତ ପତି ଓ ମନୋଜ ନାୟକଙ୍କ ନେତୃତ୍ୱରେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲା ସଂପାଦକ ଯୋଗେନ୍ଦ୍ର ଘଡେଇ, ସରପଞ୍ଚ ଭରତ ତ୍ରିପାଠୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଉପସ୍ଥିତ ଜନ ପ୍ରତିନିଧିମାନେ ସେମାନଙ୍କୁ ବିଜେଡିର ଉତ୍ତରୀୟ ଓ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।