Home ଜିଲ୍ଲା ପରିକ୍ରମା ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଜିଲ୍ଳା କଳାସଂସ୍କୃତି ସଂଘର ସମୀକ୍ଷା ବୈଠକ

ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଜିଲ୍ଳା କଳାସଂସ୍କୃତି ସଂଘର ସମୀକ୍ଷା ବୈଠକ

65

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବରେ ଯୋଗଦେଇଥିବା ତ୍ରିଲୋଚନ ମାଝୀ ଓ ଜିିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରମେଶ ନାୟକଙ୍କୁ ଜିଲ୍ଲାକଳା ସଂସ୍କୃତି ସଂଘ ତରଫରୁ ସ୍ୱାଗତ କରାଯାଇଥିଲା । ଜିଲ୍ଲାପାଳଙ୍କ ସଦ୍‌ଭାବନା କକ୍ଷରେ ଆୟୋଜିତ ସଭାରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ତଥା ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସମ୍ମାନ ପ୍ରାପ୍ତ ଶିଳ୍ପୀ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ନୂତନ ଜିଲ୍ଲାପାଳ ଓ ସମ୍ମାନ୍ନିତ ଅତିଥି ଭାବରେ ନୂତନ ସୂଚନା ଲୋକ ସମ୍ପର୍କ ଅଧିକାରୀ ଯୋଗଦାନ କରି କଳା ସଂସ୍କୃତି ସଂଘ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଭଦ୍ରକର ମାଟି ସାହିତ୍ୟ ସଂସ୍କୃତି ଓ କଳାର ମାଟି । ଏହି ମାଟିରେ ବହୁ ଯୋଜଜନ୍ମା କଳାକାରମାନେ ଜନ୍ମହୋଇ ଜିଲ୍ଲା ଓ ରାଜ୍ୟପାଇଁ ଗୌରବ ଆଣିଛନ୍ତି ବୋଲି ଜିଲ୍ଲାପାଳ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଓ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତିଙ୍କ ସହିତ ସମନ୍ୱୟ ରକ୍ଷାକରି ଲୋକକଳାକାର ମାନଙ୍କ ପାଇଁ ଜୀବିକାମିଶନକୁ ବ୍ୟାପକ କରିବା ପାଇଁ ଜିଲ୍ଲା ଲୋକ ସଂପର୍କ ଅଧିକାରୀ ମତପୋଷଣ କରିଥିଲେ । ସଭା ପ୍ରାରମ୍ଭରେ ଗାୟକ କଳାକାର ନାୟକ, ବିରଞ୍ଚି ତ୍ରିପାଠୀ, ଶରତ ଚନ୍ଦ୍ର ସୂତାର, ଉମାକାନ୍ତ ହୋତା, ଚିନ୍ତାମଣି ନାୟକ, କଳିଳନଥା ଶର୍ମା ଓ ଦାସକାଠିଆ ଗାୟକ ସୁଦାମ ଚରଣ ସାହୁ ପ୍ରମୁଖ ସମୂହ ମଙ୍ଗଳାଚରଣ ପାଠକରି ଜିଲ୍ଲା ଓ ଜିଲ୍ଲାପାଳଙ୍କର ମଙ୍ଗଳ କାମନା କରିଥିଲେ । ଲୋକକଳାକାର କାଳନ୍ଦୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ବାସୁଦେବପୁର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସନାତନ ପୁରୀ, ଚାନ୍ଦବାଲି ବ୍ଲକର ଉପସଭାପତି ତ୍ରିଲୋଚନ ପଣ୍ଡା, ନଗର କଳା ସଂସ୍କୃତି ସଂଘର ଉପସଭାପତି ନରେନ୍ଦ୍ର ପରିଡ଼ା, ତିହିଡ଼ି ବ୍ଲକର ଉପସଭାପତି ସତ୍ୟବ୍ରତ ତ୍ରିପାଠୀ ଓ ଭଣ୍ଡାରୀପୋଖରି ବ୍ଲକର ଉପସଭାପତି ରବିନ୍ଦ୍ର ଯେନା ପ୍ରମୁଖ ନିଜ ନିଜ ସଂସ୍କୃତି ସଂଘ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୂଚନା ଲୋକସଂପର୍କ କାର୍ଯ୍ୟାଳୟର କର୍ମଚାରୀ ସୁକାନ୍ତ ସାହୁ, ବିଶିଷ୍ଟ ମୃଦଙ୍ଗ ବାଦକ ଉମେଶ ଚନ୍ଦ୍ର ସାହୁ ଓ ରଙ୍ଗାଧର ଜେନା ପ୍ରମୁଖ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.