Home ଜିଲ୍ଲା ପରିକ୍ରମା ୭ମ ଦିନରେ ପହଞ୍ôଚଲା ଫେକର କମ୍ପାନୀରୁ ବହିଷ୍କୃତ ଶ୍ରମିକଙ୍କ ଧାରଣା, ଭଦ୍ରକ ପୌରାଧ୍ୟକ୍ଷା ଧାରଣାରତ ଶ୍ରମିକଙ୍କୁ...

୭ମ ଦିନରେ ପହଞ୍ôଚଲା ଫେକର କମ୍ପାନୀରୁ ବହିଷ୍କୃତ ଶ୍ରମିକଙ୍କ ଧାରଣା, ଭଦ୍ରକ ପୌରାଧ୍ୟକ୍ଷା ଧାରଣାରତ ଶ୍ରମିକଙ୍କୁ ଭେଟିଲେ

24

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ରାନ୍ଦିଆସ୍ଥିତ ଫେକର ବେଦାନ୍ତ କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ୩ଜଣ ଶ୍ରମିକ । ଏହି ଘଟଣା ନେଇ ରାଜରାସ୍ତାକୁ ଓହ୍ଲାଇଥିବା ୩୮ଜଣ ଶ୍ରମିକଙ୍କୁ କମ୍ପାନୀ ବେଆଇନ ଭାବେ ଛଟେଇ କରିଥିଲା । ଏହାପରେ ଛଟେଇ ୩୮ଜଣ ଶ୍ରମିକ ଦୀର୍ଘ ୭ ଦିନ ଧରି ଫେକର ବେଦାନ୍ତ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ତାଙ୍କ ସମସ୍ୟାକୁ କେହି ଶୁଣୁନଥିବାବେଳେ ଭଦ୍ରକ ପୌରପାଳିକା ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ ତାଙ୍କୁ ଭେଟିଛନ୍ତି । ଏବଂ ଛଟେଇ ଶ୍ରମିକମାନଙ୍କୁ ନ୍ୟାୟ ଦେବାରେ ସେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଶ୍ରମିକ ନେତା କିସାନ ସେଠୀ, ମୁକ୍ତିକାନ୍ତ ମହାପାତ୍ର, ହରିହର ଜେନା ଆଦି ଶ୍ରମିକମାନଙ୍କ ସହ ସେମାନଙ୍କ ଦାବୀ ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ୨୦୨୩ ମସିହା ମାର୍ଚ୍ଚ ଓ ଏପ୍ରିଲ ମସିହାରେ ଫ୍ୟାକ୍ଟ୍ରି ମଧ୍ୟରେ ବିସ୍ଫୋରଣ ଘଟି ୩ଜଣଙ୍କ ପ୍ରାଣହାନୀ ଘଟିଥିଲା । ସେମାନଙ୍କ ହକ୍ ପାଇଁ ସେତେବେଳେ ଏହି ଶ୍ରମିକମାନେ ଧାରଣା ଧର୍ମଘଟ କରିଥିବାରୁ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ କାର୍ଯ୍ୟରୁ ଛଟେଇ କରିଛନ୍ତି । ଏହି ଛଟେଇରେ ଶ୍ରମିକଙ୍କୁ କୌଣସି ଆଇନଗତ ସୂଚନା ବା ଅବଗତି କରାଯାଇ ନଥିଲା । ପୌରାଧ୍ୟକ୍ଷା ଗୁଲମକ୍କୀ ଛଟେଇ କର୍ମଚାରୀଙ୍କ ସହ ଆଲୋଚନା କରିବା ସମୟରେ ଷଡଯନ୍ତ୍ର କରି ବେଦାନ୍ତରେ ଚାକିରୀ କରୁଥିବା ଶ୍ରମିକଙ୍କୁ ବାହାର କରିବା ଏକ ନିନ୍ଦନୀୟ ଘଟଣା । ବିଧାୟକ, ସାଂସଦ ଓ ଜିଲା ପ୍ରଶାସନ ଚୁପ୍ ରହିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କ୍ଷୋଭର ସହ କହିବା ସହ ଯଦି ଏହି ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ପାଇଁ କୌଣସି ନିଷ୍ପତ୍ତି ନିଆନଯାଏ, ତେବେ ଆଗାମୀ ଦିନରେ ସମସ୍ତ ଭଦ୍ରକବାସୀ ଏକ ହୋଇ ୩୮ ଟି ପରିବାରକୁ ନ୍ୟାୟ ଦେବା ପାଇଁ ବେଦାନ୍ତ ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.