Home ଜିଲ୍ଲା ପରିକ୍ରମା ୬୯ତମ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଭଦ୍ରକରେ ଉଦଘାଟିତ, “କ୍ରୀଡା ହିଁ ଚରିତ୍ର ଗଠନର ମୂଳ”

୬୯ତମ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଭଦ୍ରକରେ ଉଦଘାଟିତ, “କ୍ରୀଡା ହିଁ ଚରିତ୍ର ଗଠନର ମୂଳ”

15

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୫-୨୬ ବର୍ଷ ପାଇଁ ୧୪ ରୁ ୧୭ ବର୍ଷରୁ କମ୍ ବର୍ଗର ବାଳକ-ବାଳିକା ବିଭାଗ ସକାଶେ ରାଜ୍ୟସ୍ତରୀୟ କ୍ରୀଡା ଚରମ୍ପାର ହନୁମାନ ଜୀଉ ଉଚ୍ଚ ବିଦ୍ୟାଳୟସ୍ଥିତ ପଥରକାଳୀ ରେଳବାଇ ଖେଳ ପଡିଆ ଠାରେ ୬୯ତମ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। “କ୍ରୀଡା ହିଁ ଚରିତ୍ର ଗଠନର ମୂଳ”ଏହି ମୂଳ ଲକ୍ଷ ସହ ଆୟୋଜିତ ଏହି ପ୍ରତିଯୋଗିତା ୧୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହି ରାଜ୍ୟସ୍ତରୀୟ କ୍ରୀଡା ମହୋତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୬୮୯ ଜଣ ବାଳକ ଓ ୪୦୬ ଜଣ ବାଳିକା ମୋଟ୧୦୯୫ ପ୍ରତିଯୋଗୀ ସେହିପରି କ୍ରୀଡା ପରିଚାଳକ ବ୍ୟବସ୍ଥା ଓ ସୁରକ୍ଷା ଦାୟିତ୍ୱରେ ୨୫୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦଇ କାର୍ଯ୍ୟକ୍ରମ ପରିଚାଳନାରେ କରୁଛନ୍ତି। ଆଜିର ଏହି ଉଦଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ କ୍ରୀଡା ପତାକା ଉଜ୍ୱ୍ୱଳନ ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ବରେଣ୍ୟ ଅତିଥି ଭାବରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ, ସେହିପରି ପର୍ଯ୍ୟବେକ୍ଷକ ଭାବେ ଓଡ଼ିଶା ବିଦ୍ୟାଳୟ କ୍ରୀଡା ସଂଗଠନର ପ୍ରାକ୍ତନ ଯୁଗ୍ମ ନିର୍ଦେଶକ ସପନ କୁମାର ଯେନା, ଓ ସହକାରୀ ନିର୍ଦେଶକ ଜ୍ୟୋତି ପ୍ରସାଦ ପରିଡା ଉପସ୍ଥିତ ହୋଇଥିଲେ। ଏହାପରେ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ସ୍ୱାଗତ ଭାଷଣ ରଖିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର ଅତିଥି ପରିଚୟ ଓ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକ ପ୍ରତିଯୋଗିତା ସମ୍ବନ୍ଧୀୟ ବିବରଣୀ ପାଠ କରିଥିଲେ। ଅତିଥିମାନେ ତାଙ୍କ ବକ୍ତବ୍ୟରେ ରେ କହିଥିଲେ ଯେ, କ୍ରୀଡା ମାନବ ଜୀବନର ଅଖଣ୍ଡ ଅଂଶ ଅଟେ, ଏହା ଶିଷ୍ଟତା, ସହଯୋଗୀଭାବ ଓ ଚରିତ୍ର ଗଠନର ମୂଳ ଆଧାର ଭାବରେ କାର୍ଯ୍ୟ କରେ। ସନ୍ଧ୍ୟା ସମୟରେ ଆର.ସି.ବି.ଏଲ୍‌, ଚରମ୍ପା, ବନ୍ଧଗାଁ ହାଇସ୍କୁଲ, ଚରମ୍ପା ଗାର୍ଲସ୍ ହାଇସ୍କୁଲ ଓ ଭଦ୍ରକ ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଏହି ପ୍ରତିଯୋଗିତା ରାଜ୍ୟ ସ୍ତରରେ ଯୁବ ପିଢିକୁ କ୍ରୀଡା ମାଧ୍ୟମରେ ଶିଷ୍ଟ ଓ ଶକ୍ତିଶାଳୀ ଜୀବନ ଗଢ଼ି ତୋଳିବାକୁ ପ୍ରେରଣା ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି କାର୍ଯ୍ୟକ୍ରମ ଆୟୋଯୋଜନରେ କ୍ରୀଡା ଶିକ୍ଷକ ଅଶୋକ କୁମାର ପଣ୍ଡା, ତପନ ମିଶ୍ର, ମାନସ ନାୟକ, ପ୍ରଭାତ ଯେନା, ଜିତେନ୍ଦ୍ର ସାହୁ, ସଚିକାନ୍ତ ପଣ୍ଡା, ମନୋଜ ଶଙ୍ଖୁଆ, ଗଙ୍ଗାଧର ସେଠୀ, ଅକ୍ଷୟ କୁମାର ସେଠୀ, ରମେଶ ଚୌଧୁରୀ, ଅଶୋକ ବିଶ୍ୱାଳ, ରାମଚନ୍ଦ୍ର ମାରାଣ୍ଡି,ବିକଶୀ ସାହୁ, ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର, ଅକ୍ଷୟ ହୋତା, ଅଜୟ କୁମାର ନନ୍ଦ, ବିଜୟ କୁମାର ମିଶ୍ର,ଉମେଶ ମାଝୀ, ଭୀମସେନ ପରିଡା, ସତ୍ୟସୁନ୍ଦର ପାଣି, ଜିତେନ୍ଦ୍ର ନାୟକ,ଶଶୀଶେଖର କରଶର୍ମା, ଅନିଲ ମିଶ୍ର ପ୍ରମୁଖ ସହଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.