Home ଜିଲ୍ଲା ପରିକ୍ରମା ୬୬ ପରେ ପୁଣି ୫୦ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୮୫୫, ୨ ଆକ୍ରାନ୍ତଙ୍କ ମୃତ୍ୟୁ...

୬୬ ପରେ ପୁଣି ୫୦ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୮୫୫, ୨ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସଂଖ୍ୟା ୪

96

ଭଦ୍ରକ ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ୬୬ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ପୁଣି ଆଜି ଆଉ ୫୦ ଆକ୍ରାନ୍ତ ଭଦ୍ରକ ଜିଲ୍ଳାରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୦ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୩୦ ଲୋକାଲ କଣ୍ଟାକ୍ଟ । ଯାହା ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୫ରେ ପହଞ୍ଚିଛି । ୬୨୫ ଜଣ ସୁସ୍ଥ ହେବା ପରେ ମୋଟ ଆକ୍ଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପି ୨୨୬ରେ ପହଞ୍ଚିଛି । ଅନ୍ୟପକ୍ଷରେ ଜିଲ୍ଲାରେ ଆଜି ୨ଜଣଙ୍କର କରୋନାରେ ମୃତ୍ୟୁ ହେବା ପରେ ମୋଟ ମୃତ୍ୟୁ ସଂଖ୍ୟା ୪ ହୋଇଛି ବୋଲି ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଭଦ୍ରକ ଜିଲ୍ଳାରୁ ଏ ପର୍ଯ୍ୟନ୍ତ ମୋଟ ୨୧ ହଜାର ୩୬୬ ନମୁନା ପରୀକ୍ଷା ସରିଛି । ଚିହ୍ନଟ ୫୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ଥିବା ଆକ୍ରାନ୍ତମାନେ ହେଲେ ୬ଜଣ ତିହିଡି ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମ୍‌ସିରୁ, ୪ଜଣ ଦହପାଣିଆ ଟିଏମ୍‌ସିରୁ, ୩ଜଣ ଗୁଆମାଳ ସ୍କୁଲ ଟିଏମ୍‌ସିରୁ, ୪ଜଣ ବନ୍ତ ବ୍ଲକ ଓଡଙ୍ଗ ହାଇସ୍କୁଲ ଟିଏମ୍‌ସିରୁ, ଜଣେ ଭଣ୍ଡାରିପୋଖରୀ ବ୍ଲକ ଚିଙ୍ଗୁଡିପୁର ଟିଏମ୍‌ସିରୁ, ୨ଜଣ ଧାମନଗର ବ୍ଳକ ଇନ୍ଦ୍ରଗୋବିନ୍ଦ ହାଇସ୍କୁଲ ଟିଏମ୍‌ସିରୁ ଚିହ୍ନଟ ହୋଇଛନ୍ତି । ଲୋକାଲ କଣ୍ଟାକ୍ଟ ଭାବେ ଭଦ୍ରକ ପୌରପାଳିକାର ୧୬ ନଂ ୱାର୍ଡ ବାଇପାସ୍ ଅଞ୍ଚଳରୁ ୩ଜଣ, ୧୫ ନଂ ୱାର୍ଡ କଦମବେଢା ପୁଲିସ କଲୋନୀରୁ ୨ଜଣ, ୯ ନଂ ୱାର୍ଡ ବନ୍ତଛକ ନେତାଜୀ ନଗରରୁ ଜଣେ, ୨ ନଂ ୱାର୍ଡ ବରାଳପୋଖରୀ ଅଞ୍ଚଳରୁ ଜଣେ, ୮ ନଂ ୱାର୍ଡ ଜାନୁଗଞ୍ଜ ଅଞ୍ଚଳରୁ ଜଣେ, ୧୨ ନଂ ୱାର୍ଡ ବଙ୍କସାହି ଗ୍ରାମରୁ ଜଣେ, ୩୦ ନଂ ୱାର୍ଡ ବାଲିପାଟଣା ଗ୍ରାମରୁ ଜଣେ, ୬ ନଂ ୱାର୍ଡ ମଠସାହି ଗ୍ରାମରୁ ୨ଜଣ, ୫ ନଂ ୱାର୍ଡ ଚରମ୍ପା ଅଞ୍ଚଳରୁ ଜଣେ, ପୌରପାଳିକା ସାବନବଜାରରୁ ଜଣେ, ଚାନ୍ଦବାଲି ବ୍ଲକ ଦୋସିଙ୍ଗା ଧାମରା ଅଞ୍ଚଳରୁ ଜଣେ, ବନ୍ତ ବ୍ଲକ କେନ୍ଦୁଆପଦା ଆମ୍ପୋର ଗ୍ରାମରୁ ଜଣେ, ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମରୁ ଜଣେ, ରାମପୁର ପଞ୍ଚାୟତ ରଘୁନାଥପୁର ଗ୍ରାମରୁ ଜଣେ, ରାମଚନ୍ଦ୍ରପୁର ଗ୍ରାମରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ଗ୍ରାମରୁ ଜଣେ, ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତ ଗୋପାଳବିନ୍ଧା ଗ୍ରାମରୁ ୨ଜଣ, ଧାମନଗର ଏନ୍‌ଏସିରୁ ଜଣେ, ଧାମନଗର ବ୍ଳକ ନଦୀଗାଁ ଗ୍ରାମରୁ ଜଣେ, ଭଗବାନପୁର ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗୋଷ୍ଠୀ ସଂକ୍ରମଣରୁ ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ଗ୍ରାମରୁ ୪ଜଣେ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି । ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ୨ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.