Home ଓଡ଼ିଶା ୬୪ ବର୍ଷ ର ପୂରାତନ ଉଚ୍ଚ ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ, ପ୍ରଧାନ ଶିକ୍ଷକ ପଦବୀ ପୂରଣ...

୬୪ ବର୍ଷ ର ପୂରାତନ ଉଚ୍ଚ ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ, ପ୍ରଧାନ ଶିକ୍ଷକ ପଦବୀ ପୂରଣ କରିବାକୁ ଦାବି

155

ସମ୍ବଲପୁର, ୨୨-୭ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥା ରେ ପଡିରହିଛି। ଆଜକୁ ୬୪ ବର୍ଷ ପୂର୍ବେ ୨ ଜୁଲାଇ ୧୯୫୬ ମସିହାରେ ଏ ଅଞ୍ଚଳ ର ଶିକ୍ଷାବିତ୍ ଓ ଶିକ୍ଷା ପ୍ରେମି ଙ୍କ ପ୍ରଚେଷ୍ଟାରେ ଏହି ଉଚ୍ଚ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଯେଉଁ ଠାରେ ଉଭୟ ବାଳକ ଓ ବାଳିକା ମାନେ ପଡିଆସୁଥିଲେ। ତତ୍କାଳୀନ ସ୍କୁଲ ନିରିକ୍ଷକ ଙ୍କ ପତ୍ର ସଂଖ୍ୟା ୨୧୬୨ ତାରିଖ ୧୨ ଏପ୍ରିଲ ୧୯୫୮ ଅନୁସାରେ ଏହି ଉଚ୍ଚ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଅନୁମତି ମିଲିଥିଲା। ୧୯୬୦ ମସିହାରେ ଲଇଡା ଉଚ୍ଚ ବିଦ୍ୟାଳୟ ରୁ ପ୍ରଥମ ମ୍ୟାଟ୍ରିକ ବ୍ୟାଚ୍ ପରୀକ୍ଷା ଦେଇଥିଲେ। ସେହି ସମୟରେ ଲଇଡା ଅଂଚଳ ର ବଦାନ୍ୟ ବ୍ୟକ୍ତି ଙ୍କ ଦ୍ବାରା ସମସ୍ତ ଶିକ୍ଷକ ଓ କର୍ମଚାରୀ ଙ୍କୁ ବେତନ ମଧ୍ୟ ଦିଆଯାଉଥିଲା। ୧୯୮୪ ମସିହା ରେ ଉଚ୍ଚ ବିଦ୍ୟାଳୟ ସେହି ସମୟର ପ୍ରଧାନ ଶିକ୍ଷକ କୈଲାସ ଚୈାଧୁରୀ ଙ୍କ ପ୍ରତଖ୍ୟତତ୍ତ୍ବାବଧାନ ରେ ପ୍ରଥମ କରି ରୈାପ୍ୟ ଜୟନ୍ତୀ ପାଳନ କରାଯାଇଥିଲା। ଓଡିଆ ସରକାର ଗ୍ରାମାଞ୍ଚଳ ଶିକ୍ଷା କୁ ଗୁରୁତ୍ବ ଦେଉଥିବା ବେଳେ ଏହି ବିଦ୍ୟାଳୟରେ ଏବେ ଶିକ୍ଷକ ଅଭାବ ଦେଖାଦେଇଅଛି।

ଗତ ଏପ୍ରିଳ ୩୦ ତାରିଖ ଦିନ ପ୍ରଧାନ ଶିକ୍ଷକ ଟଙ୍କଧର ସାହୁ ଅବସର ନେଲା ପରେ ଏବେ ଅସ୍ଥାୟୀ ପ୍ରଧାନ ଶିକ୍ଷକ ଦ୍ବାରା ଏହି ଉଚ୍ଚ ବିଦ୍ୟାଳୟ ଚାଲିଥିବା ଜଣାପଡିଛି। ବିଜ୍ଞାନ ଓ ସଂସ୍କୃତ ଶିକ୍ଷକ ଓ ଗୋଟିଏ ପିଅନ ପଦବୀ ଏବେ ଖାଲିପଡିଛି। ସ୍କୁଲ ଖୋଲିବା ପରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେବ ବୋଲି ଅଭିଭାବକ ମାନଙ୍କ ମଧ୍ୟରେ ଭାଲେଣି ବଢିଗଲାଣି।

ସେହି ସମୟରେ ଏଠାକୁ ବହୁ ଦୂର ଦୁରନ୍ତ ରୁ ପାଠ ପଡିବାକୁ ଆସୁଥିଲେ। ବାଳକ ମାନେ ହଷ୍ଟେଳ ରେ ରହି ବିଦ୍ୟା ଗ୍ରହଣ କରୁଥିଲେ। ଏହି ଉଚ୍ଚ ବିଦ୍ୟାଳୟ ରୁ ପାଠ ପଡି ବିଧାୟକ, ପ୍ରଶାସନିକ ଅଧିକାରୀ, ଡାକ୍ତର, ଅଧ୍ୟାପକ, ଇଞିନିୟର, ସାମ୍ବାଦିକ, ସୁନାମଧନ୍ୟ ଜ୍ୟୋତିଷବିଦ, ଆଦର୍ଶ ଶିକ୍ଷକ, ଉତ୍ତମ କ୍ରିଡାବିତ, ଫୁଟବଳ ଖେଳାଳି ଓଡିଶା ଭିତରେ ଓ ଓଡିଆ ବାହାରେ ଏହି ଉଚ୍ଚ ବିଦ୍ୟାଳୟ ର ଟେକ ରଖିଛନ୍ତି। ଏହାକୁ ଦୁଷ୍ଟିରେ ରଖି ଏଠାରେ ଯଥା ସମ୍ଭବ ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଖାଲି ପଡ଼ିଥିବା ପଦବୀ ପୂରଣ କରିବା କୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.