Home ଜିଲ୍ଲା ପରିକ୍ରମା ୬୪ତମ ଜାତୀୟ ସ୍ତରୀୟ ସିନିଅର୍ ଓପନ୍ ଆଥଲେଟିକ୍ ମିଟ ନିମନ୍ତେ ଓଡିଶା ଦଳରେ ଭଦ୍ରକ ଜିଲ୍ଲାରୁ...

୬୪ତମ ଜାତୀୟ ସ୍ତରୀୟ ସିନିଅର୍ ଓପନ୍ ଆଥଲେଟିକ୍ ମିଟ ନିମନ୍ତେ ଓଡିଶା ଦଳରେ ଭଦ୍ରକ ଜିଲ୍ଲାରୁ ହରିଶଙ୍କର ମନୋନୀତ

8

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଝାଡ଼ଖଣ୍ଡ ରାଂଚି ଷ୍ଚାଡ଼ିୟମ୍ ରେ ଆରମ୍ଭ ହେବାକୁ ଯାଉଥିବା ୬୪ତମ ଜାତୀୟ ସ୍ତରୀୟ ଓପନ ସିନିଅର୍ ଆଥଲେଟିକ୍ ମିଟ ପ୍ରତିଯୋଗିତା ଟି ୨୭ ସେପ୍େଟମ୍ବର ରୁ ଆରମ୍ଭ ହୋଇ ୩୦ ସେପ୍େଟମ୍ବର ୨୦୨୫ ରେ ସମାପ୍ତ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ଖେଳାଳୀ ଙ୍କ ନାମ ଘୋଷଣା କରିଛି ।ଏହି ପୁରୁଷ ଦଳରେ ଭଦ୍ରକ ଜିଲ୍ଲାର ରୁ ହରିଶଙ୍କର ପାଣିଗ୍ରାହି ୪ ୍ଠ ୪୦୦ ମିଟର୍ ରିଲେ ଇଭେଂଟ ରେ ସ୍ଥାନ ପାଇଛନ୍ତି ସେ ବି ଏନ୍ ଏମ୍ ଏ କଲେଜ ପାଳିଆବିନ୍ଧା ରେ +୩ ତୃତୀୟ ବର୍ଷ ବାଣିଜ୍ୟ ରେ ଅଧ୍ୟୟନ କରୁଥିବା ବେଳେ ଜଗନ୍ନାଥପୁର ସ୍ଥିତ ଉଦ୍ରକ ଆଥଲେଟିକ୍ ଏକାତେମୀ ରେ ନିୟମିତ ଅଭ୍ୟାସ ଜାରି ରଖି ତାଙ୍କର ଲକ୍ଷ୍ୟ ପଥରେ ଅଗ୍ରସର ହୋଇଥିଲେ।ସେ ୨ ବର୍ଷହେଲା ବିଶ୍ୱବିଦ୍ୟାଳୟ ସ୍ତର ରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ହରିଶଙ୍କର ନିଜର ଦକ୍ଷତା ବିକାଶ ନିମନ୍ତେ କିଛି ମାସ ହେଲା ସମ୍ବଲପୁର ସ୍ଥିତ ବିର୍ଶା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ରେ ସିନ୍େଥଟିକ ଟ୍ରାକରେ କୋଚ୍ ଶିବପ୍ରସାଦ ମିଶ୍ର ଙ୍କ ତତ୍ୱାବଧାନ ଅଭ୍ୟାସ ଜାରି ରଖିଛନ୍ତି।ତାଙ୍କ ପିତା ଙ୍କ ନାମ ରାମ ପ୍ରସାଦ ପାଣିଗ୍ରାହି ଓ ମାତା ଙ୍କ ନାମ ସୀତାଦେବୀ ପାଣିଗ୍ରାହି ଘର ପିରାହାଟ ସ୍ଥିତ ପୁରୁଣା ବଜାର ଗ୍ରାମରେ । ହରିଶଙ୍କର ଭଦ୍ରକ ଜିଲ୍ଲାରେ ପ୍ରଥମ ଥର ପାଇଁ ସିନିଅର୍ ଜାତୀୟ ଆଥଲେଟିକ୍ ପ୍ରତିଯୋଗିତାର ସ୍ଥାନ ପାଇବା ର ସୁଯୋଗ ପାଇଥିବାରୁ ଖେଳପ୍ରେମୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।ଏଥିପାଇଁ ଭଦ୍ରକ ଜିଲ୍ଲା ଆଥଲେଟିକ ଆଶୋସିଏସନ୍ ର ସଂପାଦକ ଧିରେନ୍ ପଲାଇ ଶୁଭେଚ୍ଛ। ଜଣାଇବା ସହିତ ଉଦ୍ରକ ଆଥଲେଟିକ୍‌ଏକାତେମୀ ର ମୁଖ୍ୟ ପରିଚାଳକ ତଥା କ୍ରିଡା ଶିକ୍ଷକ ମନୋଜ କୁମାର ସାହୁ , କ୍ରିଡା ଶିକ୍ଷକ ରବି ନାରାୟଣ ଓଝା ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଚ୍ଚ କୋଟୀର ଭଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭ ମନାସିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.