Home ଜିଲ୍ଲା ପରିକ୍ରମା ୬୪ତମ ଜାତୀୟ ସିନିଅର୍ ଆଥଲେଟିକ୍ ମିଟ ନିମନ୍ତେ ଓଡିଶା ଦଳରେ ଭଦ୍ରକ ଜିଲ୍ଲାରୁ ହରିଶଙ୍କର

୬୪ତମ ଜାତୀୟ ସିନିଅର୍ ଆଥଲେଟିକ୍ ମିଟ ନିମନ୍ତେ ଓଡିଶା ଦଳରେ ଭଦ୍ରକ ଜିଲ୍ଲାରୁ ହରିଶଙ୍କର

12

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାମିଲନାଡୁର ଚେନ୍ନାଇ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେବାକୁ ଯାଉଥିବା ୬୪ତମ ଜାତୀୟ ସିନିଅର୍ ଆଥଲେଟିକ୍ ମିଟ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ଦଳରେ ଭଦ୍ରକରୁ ହରିଶଙ୍କର ପାଣିଗ୍ରାହୀ ସ୍ଥାନ ପାଇଛନ୍ତି।ଏହି ପ୍ରତିଯୋଗିତା ୨୦ ଅଗଷ୍ଟରୁ ଆରମ୍ଭ ହୋଇ ୨୪ ଅଗଷ୍ଟ ୨୦୨୫ରେ ସମାପ୍ତ ହେବ। ହରିଶଙ୍କର ପାଣିଗ୍ରାହି ୪ / ୪୦୦ ମିଟର୍ ରିଲେ ଇଭେଂଟରେ ସ୍ଥାନ ପାଇଛନ୍ତି। ସେ ବି.ଏନ୍‌.ଏମ୍‌.ଏ. କଲେଜ ପାଳିଆବିନ୍ଧାରେ +୩ ତୃତୀୟ ବର୍ଷ ବାଣିଜ୍ୟରେ ଅଧ୍ୟୟନ କରୁଥିବା ବେଳେ ଜଗନ୍ନାଥପୁର ସ୍ଥିତ ଭଦ୍ରକ ଆଥଲେଟିକ୍ ଏକାଡ଼େମୀରେ ନିୟମିତ ଅଭ୍ୟାସ ଜାରି ରଖି ତାଙ୍କର ଲକ୍ଷ୍ୟ ପଥରେ ଅଗ୍ରସର ହୋଇଥିଲେ। ସେ ୨ ବର୍ଷହେଲା ବିଶ୍ୱବିଦ୍ୟାଳୟ ସ୍ତରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ହରିଶଙ୍କର ନିଜର ଦକ୍ଷତା ବିକାଶ ନିମନ୍ତେ କିଛି ମାସ ହେଲା ସମ୍ବଲପୁର ସ୍ଥିତ ବିର୍ଶା ମୁଣ୍ଡା ଆଥ୍‌ଲେଟିକ ଷ୍ଟାଡିୟମରେ ସିନ୍ଥେଟିକ ଟ୍ରାକରେ କୋଚ୍ ଶିବପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ଅଭ୍ୟାସ ଜାରି ରଖିଛନ୍ତି। ତାଙ୍କ ପିତାଙ୍କ ନାମ ରାମ ପ୍ରସାଦ ପାଣିଗ୍ରାହି ଓ ମାତାଙ୍କ ନାମ ସୀତାଦେବୀ ପାଣିଗ୍ରାହି। ଘର ପିରାହାଟ ସ୍ଥିତ ପୁରୁଣା ବଜାର ଗ୍ରାମରେ। ହରିଶଙ୍କର ଭଦ୍ରକ ଜିଲ୍ଲାରେ ପ୍ରଥମ ଥର ପାଇଁ ସିନିଅର୍ ଆଥଲେଟିକ୍ ପ୍ରତିଯୋଗିତାରେ ସ୍ଥାନ ପାଇଥିବାରୁ ଖେଳପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏଥିପାଇଁ ଭଦ୍ରକ ଜିଲ୍ଲା ଆଥ୍‌ଲେଟିକ ସଂଘର ସଂପାଦକ ଧିରେନ୍ ପଲାଇ ଶୁଭେଚ୍ଛା ଜଣାଇବା ସହିତ ଭଦ୍ରକ ଆଥଲେଟିକ୍ ଏକାଡ଼େମୀର ପ୍ରତିଷ୍ଠାତା ତଥା କ୍ରିଡ଼ା ଶିକ୍ଷକ ମନୋଜ କୁମାର ସାହୁ, କ୍ରିଡ଼ା ଶିକ୍ଷକ ରବି ନାରାୟଣ ଓଝା ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରନ୍ତୁ ବୋଲି ଶୁଭକାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.